STORYMIRROR

Shashanka sekhar Ray

Abstract Others

4  

Shashanka sekhar Ray

Abstract Others

ବିଜ୍ଞାନର ଗତି

ବିଜ୍ଞାନର ଗତି

1 min
22.5K


ସବୁକିଛି ମୋ ଠାରୁ ଲୁଟିନେଇ

ପରୀକ୍ଷାଗାରର କାଚର ବିକରେ

ଯାଦୁ ପରି ରଙ୍ଗ ବଦଳାଇଦେଲେ

ତୁମେ ହୋଇପାରିବନି କେବେ ସ୍ରଷ୍ଟା ।

ସବୁ କିଛି ଚୋରି କରିଛ ମୋ ଠାରୁ

ପାଣି ପବନ ବାଲି ଗୋଡି ମାଟି ଗଛଲତା

ଆକାଶ ସାଗରୁ ନୀଳିମା ଛଡାଇ

ଆଙ୍କିଚ କେତେ ଚିତ୍ରପଟ କାନଭାସେ

ସବୁ ଦେଖି ସାଜେ ମୁଁ ନିରବ ଦ୍ରଷ୍ଠା ।


ଜଡକୁ ପାରିବନି ଦେଇ ଚେତନ

ନିଜ ସ୍ଵାର୍ଥ ଲାଗି ମାରିପାର

ଶହଶହ ନିରୀହ ପ୍ରାଣୀଙ୍କ ଜୀବନ

ମାଟି ପାଣିରେ ମିଳାଇ ଜହର 

ଆକାଶେ କଳାଧୂଆଁର ଆସ୍ତରଣ

ଚାରିଆଡେ ଅଳିଆ ଆବର୍ଜନା

ଅଣନିଶ୍ଵାସୀ ପରା ତୁମେ ଆଜି ମଣିଷ ।

ପରୀକ୍ଷାଗାରର ଟେବୁଲ ପରେ 

ରଙ୍ଗ ସହ ରଙ୍ଗ ମିଳାଇ 

ଅମ୍ଳ କ୍ଷାର ଲବଣ ଜଳକୁ ତନ୍ନ ତନ୍ନ କରି

ନିରୀକ୍ଷଣ କଲେ ପାରିବନି ସଫଳ ହୋଇ

 ଧରିବାକୁ ପବନକୁ ଫାଶ ବସାଇ 

ହାରିଯିବ ସଦା ଶାନ୍ତି ଟିକେ ଦିଅ

ନିଶ୍ଵାସ ନେବାକୁ ମୋତେ

କରିଦିଅନି ଅକାଳେ ଜୀବନକୁ ନିଃଶେଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract