STORYMIRROR

Shashanka sekhar Ray

Inspirational

4  

Shashanka sekhar Ray

Inspirational

ଏକତା

ଏକତା

1 min
24K


ଏକା ଏକା କଣ ତୁମେ 

ଉଡିପାରିବ ଆକାଶେ 

ପହଁରିପାରିବ ସମୁଦ୍ରରେ

ଚଢିପାରିବ ଉଚ୍ଚ ପାହାଡକୁ

କାହିଁ ତୁମର ସେ ମନୋଭାବ

ଖାଲି ଯାହା କରୁଥାଅ ଅପଚେଷ୍ଠା

ଧରି ମନେ ଭାରି ଗର୍ବ ଅହଂକାର ।


ମୁଁ ଗଢିଥାଏ ମେଘନାଦ ପାଚେରୀଟିଏ

ନିଜେ ନିଜ ଚାରିପଟେ ସୁରକ୍ଷା ପାଇଁ

ଫମ୍ପା ମାଠିଆର ଶବ୍ଦ ଭଳି

ଫାଙ୍କା ଆବାଜ ଦେଇ ଚାଲ

ନିଜ ଛାଇ ଦେଖି ନିଜେ ଚମକୁଥାଅ

ହୋଇପାରନି ଜୀବନରେ କେବେ କାହାର ।


ଆସ ଆମେ ହାତ ପରେ ହାତ ରଖି

ମଜଭୁତ କରିବା ଆମର ହାତ ମୁଠାକୁ

ପାହାଡକୁ କରିଦେବା ଚୁନା ଚୁନା

ଆକାଶରୁ ଜହ୍ନ ଆଣିବା ତୋଳି

ଅସମ୍ଭବ ସମ୍ଭବ ହେବ ଇଚ୍ଛା ଆଗେ

ହାର ମାନିବ ସବୁ ଶକ୍ତି ଆମ ପାଶେ

ମୁଁ କହିବା ଛାଡି ଆମେ କହିଦେଲେ ଥରେ ।


ଭୁଲି ଭେଦଭାବ ପରସ୍ପର ଅନ୍ତରେ

ରାଗ ରୋଷ ଦୋଷ କ୍ଷମା ତ୍ୟାଗି

ସହଯୋଗର ହାତ ଦେଲେ ବଢାଇ

ସମୟ ବି ହାର ମାନିଯିବ ଆମ ପାଶେ

ସ୍ନେହ ପ୍ରେମ ଭାତୃତ୍ଵର ମୂଳମନ୍ତ୍ର ଗାଇ

ବୀର ଯୋଦ୍ଧା ପରି ଆଗେଇଚାଲିବା 

ଏକତାର ଅସ୍ତ୍ର କାନ୍ଧରେ ଝୁଲାଇ

ବିଜୟର ଧ୍ଵାଜା ଉଡାଇବା ପବିତ୍ର ମାଟିରେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational