ଏକତା
ଏକତା
ଏକା ଏକା କଣ ତୁମେ
ଉଡିପାରିବ ଆକାଶେ
ପହଁରିପାରିବ ସମୁଦ୍ରରେ
ଚଢିପାରିବ ଉଚ୍ଚ ପାହାଡକୁ
କାହିଁ ତୁମର ସେ ମନୋଭାବ
ଖାଲି ଯାହା କରୁଥାଅ ଅପଚେଷ୍ଠା
ଧରି ମନେ ଭାରି ଗର୍ବ ଅହଂକାର ।
ମୁଁ ଗଢିଥାଏ ମେଘନାଦ ପାଚେରୀଟିଏ
ନିଜେ ନିଜ ଚାରିପଟେ ସୁରକ୍ଷା ପାଇଁ
ଫମ୍ପା ମାଠିଆର ଶବ୍ଦ ଭଳି
ଫାଙ୍କା ଆବାଜ ଦେଇ ଚାଲ
ନିଜ ଛାଇ ଦେଖି ନିଜେ ଚମକୁଥାଅ
ହୋଇପାରନି ଜୀବନରେ କେବେ କାହାର ।
ଆସ ଆମେ ହାତ ପରେ ହାତ ରଖି
ମଜଭୁତ କରିବା ଆମର ହାତ ମୁଠାକୁ
ପାହାଡକୁ କରିଦେବା ଚୁନା ଚୁନା
ଆକାଶରୁ ଜହ୍ନ ଆଣିବା ତୋଳି
ଅସମ୍ଭବ ସମ୍ଭବ ହେବ ଇଚ୍ଛା ଆଗେ
ହାର ମାନିବ ସବୁ ଶକ୍ତି ଆମ ପାଶେ
ମୁଁ କହିବା ଛାଡି ଆମେ କହିଦେଲେ ଥରେ ।
ଭୁଲି ଭେଦଭାବ ପରସ୍ପର ଅନ୍ତରେ
ରାଗ ରୋଷ ଦୋଷ କ୍ଷମା ତ୍ୟାଗି
ସହଯୋଗର ହାତ ଦେଲେ ବଢାଇ
ସମୟ ବି ହାର ମାନିଯିବ ଆମ ପାଶେ
ସ୍ନେହ ପ୍ରେମ ଭାତୃତ୍ଵର ମୂଳମନ୍ତ୍ର ଗାଇ
ବୀର ଯୋଦ୍ଧା ପରି ଆଗେଇଚାଲିବା
ଏକତାର ଅସ୍ତ୍ର କାନ୍ଧରେ ଝୁଲାଇ
ବିଜୟର ଧ୍ଵାଜା ଉଡାଇବା ପବିତ୍ର ମାଟିରେ ।