Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Shashanka sekhar Ray

Others

4.0  

Shashanka sekhar Ray

Others

ସର୍ବଶକ୍ତିମାନ

ସର୍ବଶକ୍ତିମାନ

1 min
11.8K


ସକଳ ଶକ୍ତିର ଆଧାର ତୁମେ

ତୁମେ ହିଁ ସର୍ଵଶକ୍ତିମାନ ବିଶ୍ଵନିୟନ୍ତା

ଗଢିଅଛ ଏ ସୁନ୍ଦର ସବୁଜିମା ଧରାକୁ

ସୁନେଲୀ କିରଣର ରଙ୍ଗ ଢାଳି ।


ସବୁ ତ ତୁମରି ଦାନ

ଏ ମାଟି ପାଣି ପବନ

ବାନ୍ଧି ଦେଇଛ ଜଡରୁ ଚେତନ

ମାଗିବା ଆଗରୁ ଦେଇଛ ସବୁକିଛି

ମହାଦାନୀ ସଦା ଚିରନ୍ତନ

କରିନ ପାତର ଅନ୍ତର କାହାକୁ 

ନିଜକୁ ସଦା ଜାଳି ଜାଳି ।


ତୁମ ଆଲୋକରେ ଆଲୋକିତ 

ଜୀବନର ସାତ ରଙ୍ଗ ଇନ୍ଦ୍ରଧନୁ

କଅଁଳ ଦେହେ ଭରିଛ ତେଜ

ତୁମେ ହିଁ ଈଶ୍ଵର ତୁମେ ହିଁ ସ୍ରଷ୍ଠା

କୋଟି କୋଟି ପ୍ରଣିପାତ ତୁମ ଶ୍ରୀଚରଣେ ।


ତୁମେ ନ ଥିଲେ ସବୁ ଅନ୍ଧକାର 

ସୁନ୍ଦର ସୃଷ୍ଟିଟିଏ ଭାବିବା ଅସମ୍ଭବ

କାହାକୁ କେମିତି ଗଢିଛ ଯତନେ 

ଦେଇ ବିବିଧ ରୂପ ରଙ୍ଗ ରସ ବାସ

ଆବାହନ କାଳୁ ପଡିନ କେବେ ଥକି

ବାଣ୍ଟିଚାଲିଛ ହସ ଖୁସି ସଭିଙ୍କ ଜୀବନେ ।


Rate this content
Log in