STORYMIRROR

Shashanka sekhar Ray

Inspirational

3  

Shashanka sekhar Ray

Inspirational

ଶପଥ

ଶପଥ

1 min
11.8K


ଗୋଟିଏ ମାଆର ସନ୍ତାନ ଆମେ 

 ମାଟି ପାଣି ପବନେ ବଢିଛୁ ଏକାଠି

ଭାରତୀୟ ବୋଲି କହିବା ଗରବେ

ଭୁଲି ନିଜ ନିଜ ଜାତିଧର୍ମ ଭେଦଭାବ 

ଜୀବନକୁ ଦେବା ଆତ୍ମବଳି 

ଶତ୍ରୁର କମାଣ ଆଗେ ଛାତି ପତାଇ

ଡରିଯିବାନି କାପୁରୁଷ ଭୀରୁ ଭଳି

ମାଆର ସମ୍ମାନ ରଖିବା ତ ଆମେ

ଜୀବନକୁ ଦେଇ ଜଳାଞ୍ଜଳୀ ।


ଭାରତୀୟ ବୋଲି ଦେଇ ପରିଚୟ

ଗରବେ କହିବା ଆମେ ଭାଇ ଭାଇ

ହିନ୍ଦୁ ନୁହେଁ ମୁଁ ମୁସଲମାନ ନୁହେଁ

କି ଶିଖ ଜଇନ ଖିରସ୍ଥାନୀ 

ସବୁରି ଦେହେ ଝରୁଛି ଗୋଟିଏ ରକ୍ତ

 ଯିଏ ଯୁଶୁ ସିଏ ଆହ୍ଲା ଭଗବାନ ରାମ 

ସବୁ ବୁଝି ପୁଣି ଅବୁଝା କାହିଁକି

ରକ୍ତର ନଦୀ ଛୁଟଇ ଦିନରାତି

ପତଙ୍ଗ ସାଜି ଧର୍ମର ନିଆଁରେ ନିଜକୁ ଜାଳି ।


ଆସ ଆମେ ହୋଇବା ଏକାଠି

ମାଆର ଆଖିରୁ ପୋଛିବା ଲୁହ 

 ପରସ୍ପରକୁ ସେନେହେ କରି ଆଲିଙ୍ଗନ 

ନୂଆସକାଳର ପହିଲି କିରଣେ

ହାତ ପରେ ହାତଟି ରଖି ଛନ୍ଦି

ଚାଲ ଆମେ ଶପଥ ନେବା

ବିଜୟୀ ସୁରେ ଗାଇବା ଗୀତ

ମଧୁର ରାଗିଣୀ ସବୁରି କଣ୍ଠେ ତୋଳି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational