STORYMIRROR

Shashanka sekhar Ray

Tragedy Fantasy Others

3  

Shashanka sekhar Ray

Tragedy Fantasy Others

ଶେଷଇଚ୍ଛା

ଶେଷଇଚ୍ଛା

1 min
11.4K

,,,,,,ଶେଷ ଇଚ୍ଛା ,,,,,,,

ଶଶାଙ୍କ ଶେଖର ରାୟ


ଅନେକ ଥର ଚାହିଁଛି ନିଜକୁ 

ବଦଳାଇବାକୁ ଖୋଜିଛି ଶାନ୍ତିକୁ

ସବୁ ଯେମିତି ଲାଗନ୍ତି ମୋ ହାତପାହାନ୍ତାରେ

କାହିଁ କେଜାଣି ସେମାନେ ଉଡିଯାନ୍ତି

ଧରୁ ଧରୁ ମୁଁ ଅନ୍ୟମନସ୍କ ହୋଇଯାଏ

ଚାରିଆଡକୁ ଚାହେଁ ଅସହାୟ ଭାବେ

ବନ୍ଦୀ ହୋଇଯାଏ ଏକାକି ନିରୋଳା କେଠରୀରେ ।


ସ୍ଵପ୍ନମାନଙ୍କ ପଛେ ଦଉଡି ଦଉଡି

ସରିଯାଏ ମୋର ସମୟତକ

ଥକିଗଲେ ବସିଯାଏ ଘଡିଏ

ନୀଳ ଆକାଶକୁ ଚାହିଁ 

ଓଠରେ ଧରାଇ ସିଗାରେଟଟିଏ

ସିଗାରେଟ ଭଳି ଜଳିଜଳି 

ନିଜକୁ ଜାଳୁଥାଏ ବେଦନାରେ

ନା କାହାକୁ କିଛି କହିହୁଏ

ଏକା ଏକା ନିଜ ସଙ୍ଗେ ନିଜେ ଲଢୁଥାଏ

ଭାଗ୍ୟକୁ ନିନ୍ଦି ନିନ୍ଦି ବହୁବାରେ ।


ଇଚ୍ଛାମାନଙ୍କୁ କବର ଦେବାକୁ ପଡେ

ନିଜ ହାତରେ ଅଧରାତ୍ରିର ନିଦ ଭାଙ୍ଗିଲେ

ସିଗାରେଟର ଧୂଆଁ ପରି ପବନରେ

ଜୀବନଟା ଡଅଁର କାଟୁଥାଏ

ସିଗାରେଟର ଗୁଲ ଭଳି ସ୍ଵପ୍ନ ସବୁ

ପତ୍ରଝଡା ଦିଅନ୍ତି ଅଦିନ ବସନ୍ତରେ ।


ଜଳିବାଠୁ ଆନନ୍ଦ କଣ ଅଛି ସଂସାରେ

ଜଳି ଜଳି ଶେଷ ହେବାର ଏକ 

ନିଆରା ମଜା 

ସିଗାରେଟିଏ ଶିଖାଇଥାଏ ଓଠରେ

ନୀଳ ଆକାଶକୁ ଚାହିଁ ଚାହିଁ

ଆଖିରୁ ଲୁହ ଶୁଖିଯାଏ ସିନା

ଅନେକ କୋହ ଲୁଚି ହୁଏ ହୃଦୟରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy