STORYMIRROR

Dr Susmita Dash

Inspirational Others Tragedy

4  

Dr Susmita Dash

Inspirational Others Tragedy

ମୃତ୍ୟୁ ଏକ ଭିନ୍ନ ପ୍ରକାରର

ମୃତ୍ୟୁ ଏକ ଭିନ୍ନ ପ୍ରକାରର

3 mins
28.5K



କେଜାଣି କେତେଥର ଭେଟହେଲା..
     ମୃତ୍ୟୁ ସହିତ...
ଅନାଗତ ଭବିଷ୍ୟତର ଚିନ୍ତାରେ,
କୈଶୋର ,ଯଉବନ ,
          ତିଳତିଳ ହୋଇ ବିତିଗଲା ।
ଭୂଲିଗଲି ଆନନ୍ଦର ପରିଭାଷା,
ମୃତ୍ୟୁ ସହ ଥରଥର ଦେଖାହେଲା।
      ଦୁହିତାର ନାମ ସାର୍ଥକ କଲି...
କରି ଗୋତ୍ରର ପରିବର୍ତ୍ତନ,
ଆଉଥରେ ମୃତ୍ୟୁ ସହ ଭେଟହେଲି।

ନାରୀ ଅନ୍ୟତମ ରୂପ ମାଁ ନାମରେ.....

 ହେବା ପାଇଁ ବିଦିତ,

 ସହ୍ୟ କରି ଗର୍ଭବେଦନା,

       ପାରିହେଲି ମୃତ୍ୟୁରୁ ପୁଣିଥରେ ।

ବନ ଜଞ୍ଜାଳ ରେ, ମୁଣ୍ଡ ନୁଆଇଁ,

ଇଚ୍ଛା, ଅନିଚ୍ଛାର ଜଳାଞ୍ଜଳି ଦେଇ,

ଆଦରି ନେଲି ମୃତ୍ୟୁକୁ ଅନ୍ୟ ରୂପ ଦେଇ।

         ଅସମର୍ଥ ହୁଏ ଯେବେ ଲଢ଼ିବାକୁ

ଯନ୍ତ୍ରଣା ସହ,ମୋ ରୋଗୀର,

ମୃତ୍ୟୁ ମାଡିଆସେ,କ୍ଷତାକ୍ତକରେ ଆତ୍ମାକୁ।

ଅସହାୟ ଅନୁଭବେ ଯେବେ ,

ନିଜକୁ......ପର ବେଦନାରେ, 

          ହାତ ମୋର ବନ୍ଧାପାଏ,

ପୁନର୍ବାର ମୃତ୍ୟୁ ଆସେମାଡ଼ି ମୋଆଡ଼କୁ।

ଏ କି ମୃତ୍ୟୁ ? ବଞ୍ଚିଥାଉ ଥାଉ ଆସେ......

ଏ କି ଭାବ? ପୁଣି ନୂତନ ସମ୍ଭାବନା ସଂକଳ୍ପ ର ଆଶା ଦିଶେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational