STORYMIRROR

Dr Susmita Dash

Inspirational Others

2  

Dr Susmita Dash

Inspirational Others

ନାରୀର ସଂଜ୍ଞା

ନାରୀର ସଂଜ୍ଞା

1 min
13.3K


ଚେଷ୍ଟା କରେ ଯେବେ ଆଜି ଦେଖିବାକୁ

ଭବିଷ୍ୟତ ନାରୀର ସଂଜ୍ଞା,

ରୂପକଳ୍ପ ଓ ଚରିତ୍ର, ଅନ୍ତର୍ନିହିତ,

ଦୃଷ୍ଟହୁଏ ସେ ସମୃଦ୍ଧ, କୁଶଳ ଓ

ପ୍ରଶଂସିତ।

ଚାହେଁ ନା କାହାରି  ଅନୁମୋଦନ ଅବା

କରିବାକୁ ନିଜକୁ ପ୍ରତିପାଦିତ।

ବେଳେବେଳେ ଲାଗେ ସେ ଯେପରି,

 ଅସହିଷ୍ଣୁ, ତଥା କ୍ଷଣକୋପି,

ଚାଲୁଚାଲୁ ଦୁର୍ଗମ ପଥରେ,

ଏ ତ ପ୍ରତିଫଳନ ମାତ୍ର,

ନୁହେଁ ଅଭିବ୍ୟକ୍ତି,

ପ୍ରତିକୂଳ

ପରିସ୍ଥିତିରେ 

ଲଢୁଲଢୁ,

ତାଳ ଦେଇ ସମାଜ ସାଥିରେ I 

ତୁମେ ସ୍ୱପ୍ନ, ତୁମେ ସ୍ପୃହା, ତୁମେ ଗତିପଥ,

ତୁମେ ତ୍ୟାଗ, ତୁମେ ପୂଜ୍ୟା, ତୁମେ ହିଁ ସତ୍ୟ।

ପରିଭାଷା ତୁମ ଅଦୃଷ୍ଟ, ଅବ୍ୟକ୍ତ...

ନା ଶାଢୀ, ନା ଜିନ୍ସ

ଅବା

ଅନ୍ୟ ପରିପାଟୀ।

ନା ସଫଳତା, ବିଫଳତା ବା 

ଅନ୍ୟର ଦୃଷ୍ଟି,

ତୁମେ ସମ୍ଭାବନା ଅସୀମ, ଅନନ୍ତ I 

ଶୁଭିବନି ଆଉ କୁରୁସଭା ମଧ୍ୟେ ଚିତ୍କାର,

ବସ୍ତ୍ରହରଣର

ନାହିଁ ସାହସ ଦୁୁଃଶାସନର,

ଦ୍ରୈlପଦୀ ହୁଅ ତୁମେ ସ୍ୱୟଂସିଦ୍ଧା,

ଜାନକୀ ଦେବନି ପରୀକ୍ଷା ସତୀତ୍ୱର

ଜାଳିବାକୁ ଅରାଜି ହେବ ଚାରିପଟେ ଅଗ୍ନି,

ଅନୁତପ୍ତ ଏ ଜାତି ହେବ ଲଜ୍ଜିତ ଅଯୋଧ୍ୟା I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational