STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ଶିକ୍ଷକ

ଶିକ୍ଷକ

1 min
325


ଜ୍ଞାନ ସମୁଦ୍ରର।  ନାବିକଟି ଗୁରୁ 

   ତାଙ୍କ ବିହୁନେ ଅଜ୍ଞାନ

ଗୁରୁ ଗରିୟସୀ    ଗୁରୁ ତତ୍ତ୍ୱମସି

     ଦିଅନ୍ତି ଜ୍ଞାନ ଅଞ୍ଜନ।

     ବ୍ରହ୍ମା ବିଷ୍ନୁ ମହେଶ୍ବର

ତିନି ରୂପେ ଗୁରୁ   ଜୀବନରେ ଗରୁ

    ଗୁରୁ ପାଦେ ନମସ୍କାର।


ଆଦ୍ୟ ଗୁରୁ ମାତା   ସେ ଜଗତ ଜିତା

    ପିତା ଜ୍ୟୋଷ୍ଠ ଆଦି ଗୁରୁ

ଶିକ୍ଷା ଗୁରୁ ପୁଣି    ଦୀକ୍ଷା ଗୁରୁ ଭଣି

    ସଂସ୍କାର ଆସେ ତହିଁରୁ।

     ଅବଧୂତ ଚବିଶ୍ ଗୁରୁ

ଜ୍ୟୋଷ୍ଠ ବା କନିଷ୍ଠ  ଗୁରୁ ସଦା ଶ୍ରେଷ୍ଠ

     ଜଗତ ଗୁରୁଙ୍କୁ ସ୍ମରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational