STORYMIRROR

BISWESWAR MAJHI

Abstract Inspirational

4  

BISWESWAR MAJHI

Abstract Inspirational

ପରିବାର

ପରିବାର

1 min
291


ଜଙ୍ଗଲୀ ମାନବ ନାରୀ ଦୁଇ ଜଣ ମିଶି

ପରିବାର ଅନୁଷ୍ଠାନ ଆରମ୍ଭିଲେ ଇଛି। 

ଜଣେ ଗୃହସ୍ୱାମୀ ଆଉ ଜଣେ ଗୃହକର୍ତ୍ତ୍ରୀ

ଜଣେ ବାହାରକୁ ଜଣେ ଅଭ୍ୟନ୍ତର ମନ୍ତ୍ରୀ। 


ଯୌଥ ପରିବାର ଭାରତୀୟ ପରମ୍ପରା

ତିନି ପୁରୁଷ ତହିଁରେ କରନ୍ତି ବସେରା।

ଚତୁର୍ଥ ପିଢୀର ଯହୁଁ ଆଗମନ ହୁଏ

ମୂଳ ପିଢୀ ସେବେଳକୁ ସରଗକୁ ଯାଏ ।


ଜାତିପ୍ରଥା ଯେଉଁ ଯାଏ ଉଜ୍ଜୀବିତ ଥିଲା

ପିତା ପ୍ରପିତାଙ୍କ ଅଭିଜ୍ଞତା ମିଳୁଥିଲା। 

ଅଭିଜ୍ଞତା ଅନୁଭୂତି ପରିବାର ପାଇ

ପୂର୍ବପିଢୀ ବାର୍ଦ୍ଧକ୍ୟରେ ଅବଜ୍ଞା ନ ହୋଇ ।


ସାଇକେଲ ଅଖଚକ ପରି ପରିବାର

ଜଣକ ବିହୁନେ ଆନ ହୁଏ ହରବର।

ଜେଜେବାପା ଅଭିଜ୍ଞତା ବାପାଙ୍କର ଶ୍ରମ

ମାଆଙ୍କ ଘରକରଣା ସନ୍ତାନ ଶ୍ରମଣ। 


ଭାଷା ଅପଭ୍ରଂଶ ପରି ଘର ଅପକୀର୍ତ୍ତି

ଯୌଥ ପରିବାର ଲୋପ ତା'ର ପରିଣତି ।

ଗୃହବନ୍ଦୀ ଗୃହକର୍ତ୍ତା ଅବା ଜରାଶ୍ରମେ

ସୁସ୍ଥ ପରିବାର ସ୍ୱପ୍ନ ହଜିଯାଏ ଭ୍ରମେ।


ସୁନେଲି ଭବିଷ୍ୟତର ମରିଚୀକା ଘାରି

ମହତାକାଂକ୍ଷା ଖାଉଛି ପରିବାର କୋରି।

ବିଳାସ ସାମଗ୍ରୀ ମାନ ଖଞ୍ଜିବା ନିଶାରେ

ପରିବାର ସୁଖ ଶାନ୍ତି ପ୍ରତିଦିନ ମରେ ।


ମହତାକାଂକ୍ଷା ସଭିଙ୍କ ବଡ ମଣିଷର

ସଂସ୍କାର ଶିଖାନ୍ତି ନାହିଁ ଭଲ ମଣିଷର।

ପିତାମାତା ପରିବାରେ ସାକ୍ଷାତ ଈଶ୍ବର

ଆଦ୍ୟଗୁରୁ ଶିକ୍ଷା ତାଙ୍କ ସମାଜ ବେଭାର।


ଦେଇଥିଲେ ପାଇ ଆପ୍ତ ବାକ୍ୟ ପ୍ରଚଳିତ

ପିତାମାତା ଭକ୍ତି କଲେ ପରିବାର ସୁସ୍ଥ। 

ଆଚରଣ ଉଚ୍ଚାରଣ ପାର୍ଥକ୍ୟ ନଥିଲେ

ସଂସ୍କାରଟି ପିଢୀ ପରେ ପିଢୀ ଗଡି ଚାଲେ। 


ପରିବାର ନୁହେଁ ଚାକଚକ୍ୟ ଭରା ଘର

ଦାମୀ ଆସବାବ ଅବା ଗହଣା ଶାଢୀର।

ସଦସ୍ୟଙ୍କ ମନ ଯହିଁ ବନ୍ଧା ଏକ ସୁତ୍ରେ

ଈଶ୍ବର ବୈକୁଣ୍ଠ ଛାଡି ଜନ୍ମ ସେହି ଗୋତ୍ରେ। 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract