STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ବରଷା ଭରସା

ବରଷା ଭରସା

1 min
160


ଶୀତଳ ଷଷ୍ଠୀ ଅଥବା ରଜ ସଙ୍କ୍ରାନ୍ତିରୁ

ମୌସୁମୀ ପ୍ରବାହ ଆସେ କେରଳ ରାଜ୍ୟରୁ।

ଦେବରାଜ ଇନ୍ଦ୍ର ବଜ୍ର ଅସ୍ତ୍ର ଧରି ହାତେ

ବର୍ଷା ନିୟନ୍ତ୍ରଣ କରନ୍ତି ସେ ଜନହିତେ।


ଚାତକ ଚାହିଁଛି ଜଳବୁନ୍ଦା ଆକାଶକୁ

ମୟୁର ମେଲିବ ପୁଛ ଦେଖି ବାରିଦକୁ।

କୃଷକ ତହୁଁ ଆତୁର କେବେ ବରଷିବ

ହଳଧରି ବିଲେ ଯିବ କର୍ଷଣ କରିବ।


ନଦୀ ତା କୃଶ ତନୁକୁ ସ୍ଫୀତ କରିବାକୁ

ବର୍ଷା ପଥ ଚାହିଁଥାଏ ଜଳ ଭରିବାକୁ।

ଅଧିକ ଲୋଭର ଫଳ ଗୋଳିଆ ଶରୀର

ସ୍ଫୀତ ହୋଇ ବନ୍ଧବାଡ ଭାଙ୍ଗି ଖାଏ କୂଳ।


ଚପଳ ଶିଶୁ ବରଷା ଆଗମନ ଦେଖି

କାଗଜ ଡଙ୍ଗା ଭସାନ୍ତି ତିନ୍ତିବା ଉପେକ୍ଷି।

ଚାଷୀକୁଳ ତିନ୍ତିବାକୁ ଡରିଲେ କି ହେବ

ଜଗତ ମୁହେଁ ଆହାର କିଏ ଆଣି ଦେବ !


ଅତି ବର୍ଷା ହେଲେ ହୁଏ ବିଦ୍ୟାଳୟ ଛୁଟି

କାଗଜ ଡଙ୍ଗା ଭସାଇ ଛୁଟି ଯାଏ କଟି।

ବର୍ଷା ହେଲେ ଜ୍ୱର ହେବ ମିଳିଯିବ ଛୁଟି

ବୋଉ ପାଦେ ତେଲ ମାଟି ସାଉଁଳିବ ଚୁଟି।


ବର୍ଷା ଦିନେ ଗେଣ୍ଡା ଆଦି ଜଳଚର ଜୀବ

ସନ୍ତୁଷ୍ଟ ବିଧାନ ଲାଗି ଚିତାଲାଗି ପର୍ବ।

ରାକ୍ଷୀ ପୂର୍ଣ୍ଣିମା ଭଉଣୀ ରାକ୍ଷୀ ବାନ୍ଧିଦେବ

ସୁରକ୍ଷା ଦାୟିତ୍ୱ ତା'ର ଭାଇ କନ୍ଧେ ନେବ।


ଗଣେଣ ଚତୁର୍ଥୀ ପଡେ ଭାଦ୍ରବ ମାସରେ

ସିଦ୍ଧିଦାତା ବିଘ୍ନରାଜ ଅଗ୍ର ପୂଜନରେ।

ଝିଅଙ୍କ ଢଗ ଢମାଳି ନଦୀ କୂଳ ପୁରେ

ଖୁଦୁରୁକୁଣୀ ସକାଳୁ ବାଲୁଙ୍କା ପୂଜାରେ।


ଚାଳକଣା ଘରେ ବର୍ଷା ଝରେ ଝରଝର

ତାଟିଆ ବେଲାରେ ରୋକି ନହୁଏ କୋହର।

ପିଲା ଛୁଆ କୋଳେ ଧରି ବସିଛି ଗରିବ

ବରଷାକୁ ଶାପ ଦିଏ ଆଉ ନ ଆସିବ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract