STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ଜନରାଜ୍ୟ ଦିବସ

ଜନରାଜ୍ୟ ଦିବସ

1 min
218


ସତୁରି ବରଷ ଜନରାଜ୍ୟ ଆମ କୋଡିଏ କୋଡିଏ ଯୋଡି

କଲାମଂକ ସ୍ୱପ୍ନ ଭିଜନ ତାଙ୍କର ଖାଇଲୁଣି ଆମେ ପୋଡି।

ବୃହତ୍ତମ ଗଣତନ୍ତ୍ର ବିଶ୍ୱର ସଳଖିଛି ତାର ଅଣ୍ଟା 

ତିନିଶ ସତୁରି ତିନି ତଲାକର କାଢି ଦେଲୁ ଆମେ କଣ୍ଟା।


ସ୍ୱଛତା ଆଜି ମନ୍ତ୍ର ପାଲଟିଛି ପ୍ଲାଷ୍ଟିକ ମୁକ୍ତ ଭାରତ

ସଫଳତା ଦିଗେ ହୋଇଛୁ ଅଗ୍ରଣୀ ଅଗ୍ରଣୀ ହେବାରେ ରତ।

କାଶ୍ମୀର ଆମର ଅବିଛେଦ୍ୟ ଅଙ୍ଗ ମାନିଲାଣି ସାରା ବିଶ୍ବ

ଚୀନ ପାକିସ୍ତାନ ପଡୋଶୀ ଆମର ନାଚନ୍ତି ଯେପରି ଅଶ୍।


ଜାତିସଂଘ ଠାରେ ସୁରକ୍ଷା ପାର୍ଷଦେ ଦାବି ଆମ ଦୃଢୀଭୂତ

ଚାଇନା ଭାଇନା ଡରିଯାଏ ଶୁଣି ଦେଖିଲା ପରାଏ ଭୂତ।

ଦବଦବା ଆମ ଦେଶର ବଢିଛି ପୃଥିବୀର କୋଣେ କୋଣେ

ଆମେରିକା ଦେଶେ ପ୍ରଭାବୀ ପାର୍ଷଦ ଭାରତୀୟ ଜଣେ ଜଣେ।


ନାସା ବୈଜ୍ଞାନିକ ଭାରତ ବହୁଳ ଇସ୍ରୋ ପାଇ ସଫଳତା

ଚନ୍ଦ୍ର ଯାନ ୨ ବିଫଳ ନ ହେବ ମହାକାଶେ ହେବ ନେତା।

ମେକ୍ ଇନ୍ ଇଣ୍ଡିଆ ସଫଳ ହୋଇଲେ ଚୀନା ହରାଇବ ସତ୍ତା

ଡିଜିଟାଲ୍ ହୋଇ ଦେଶ ଚମକୁଛି ଦୁର୍ନୀତିର କଟେ ପତା।


ତଥାପି ପାଦ ତା ଟଳମଳ ହୁଏ ଧର୍ମ ନିରପେକ୍ଷ ବ୍ୟାଖ୍ୟା 

ନୂଆ କରି ଆଜି ଦେଶ କରୁଅଛି ଲଭି ନାହିଁ ଅବା ଶିକ୍ଷା। 

ବିବିଧତା ମଧ୍ୟେ ଏକତା ଦେଶର ବିଶ୍ୱ ଆଗେ ମହାନତା

ଭେଦଭାବ ଭୁଲି ଆଗକୁ ବଢିବା ବିଶ୍ୱ ଶକ୍ତିରେ ଭଣିତା।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational