STORYMIRROR

BISWESWAR MAJHI

Abstract Inspirational

4  

BISWESWAR MAJHI

Abstract Inspirational

ସରିଲା ପୁଣ୍ୟ କାର୍ତ୍ତିକ

ସରିଲା ପୁଣ୍ୟ କାର୍ତ୍ତିକ

1 min
244


ବାର ମାସ ମଧ୍ଯେ କାର୍ତ୍ତିକ ମହାନ ପୁର୍ଣ୍ଣମୀରେ ସମାପନ

ଧନ୍ୱନ୍ତରୀ ତ୍ରୟୋଦଶୀ କାଳୀପୂଜା ଦୀପାବଳି ଦୀପଦାନ।

ନାଗଲ ଚତୁର୍ଥୀ ନାଗ ପଞ୍ଚମୀକୁ ଛଟ୍ ପୂଜା ଗୋଷ୍ଠାଷ୍ଟମୀ

ଅଁଳା ନବମୀ ସାକ୍ଷୀ ଗୋପାଳରେ ଶ୍ରୀରାଧା ପାଦ ଦର୍ଶନୀ।


ଶେଷ ପାଞ୍ଚ ଦିନ ପଞ୍ଚକ ପାଳନ କ୍ଷୟା ଥଲେ ଛଅ ଦିନ

ଜଗନ୍ନାଥଙ୍କର ନାଗାର୍ଜୁନ ବେଶ କ୍ଷୟାଦିନ ଦରଶନ।

ଏକାଦଶୀ ଠାରୁ ଜଗନ୍ନାଥଙ୍କର ରାଇ ଦାମୋଦର ବେଶ

ବକ କରେ ଯହିଁ ନିରାମିଷ ଭୋଜ ପୂଣ୍ଯ ମାସ ହୁଏ ଶେଷ।


ପଞ୍ଚକ ନୁହେଁ ସେ ପାଞ୍ଚ 'କ'ର ଗାଥା ପଞ୍ଚେନ୍ଦ୍ରିୟ ବାଟବଣା

'କ'ଥାରେ ସଞ୍ଜମ 'କ'ର୍ମ ସତ୍ଯାଶ୍ରୟୀ ଦୁଃଖୀଜନରେ 'କ'ରୁଣା।

'କ'ପଟାଚାରରୁ ନିବୃତ୍ତ ରହିବା 'କା'ମନା ଠାରୁ ଦୂରରେ

କୃପାସିନ୍ଧୁ ପାଦେ ଲୟ ଥାଉ ଜୟ ଜୟ ଜଗଦୀଶ ହରେ।


ଶିବ ଚତୁର୍ଦଶୀ ଧବଳେଶ୍ଵରଙ୍କ ବଡଓଷା ବଡ ପର୍ବ

ବୋଇତ ବନ୍ଦାଣ ସ୍ମୃତି ଉଜ୍ଜୀବିତ କଳିଙ୍ଗ ବୀରର ଗର୍ବ।

ବୋର୍ଣ୍ଣିଓ ସୁମାତ୍ରା ଜାଭା ଯାତ୍ରା କରି ବଣିଜେ ସମୃଦ୍ଧ ଦେଶ

ଭାଷା ସଂସ୍କୃତିର ଆଦାନପ୍ରଦାନ ଧର୍ମ ବାଣୀ ପରକାଶ।


ବାଲିଯାତ୍ରା ନାମେ ଐତିହ୍ୟ ସହର କଟକରେ ମହାନଦୀ

ଗଡଗଡେଶ୍ୱର ଘାଟରେ ଯାତରା ଜାତୀୟ ସ୍ତରକୁ ଭେଦି।

ଚେଳିତାଳ ମହୋତ୍ସବ ପାରାଦ୍ବୀପ ଠାରେ ବୋଇତ ବନ୍ଦାଣ

ସ୍ମୃତିଚାରଣରେ ବର୍ଷ ପାହିଯାଏ ବାଲିଯାତ୍ରା ଆସେ ପୁଣ।


ତାରକାସୁରକୁ ବଧ କରିବାକୁ ଜନ୍ମ ମହେଶ ତନୟ

ଦକ୍ଷିଣ ପ୍ରଦେଶେ ମୁରୁଗାନ ନାମ ଉମାପୁତ୍ର କାର୍ତ୍ତିକେୟ।

ଆୟାପ୍ପା ରୂପରେ କାର୍ତ୍ତିକେୟ ପୂଜା ବ୍ରହ୍ମଚର୍ଯ୍ଯ ବ୍ରହ୍ମ ଦୀକ୍ଷା

ନାରୀ ସଂଗତରୁ ମାସେ ନିରପେକ୍ଷ ଜଗତକୁ ମହା ଶିକ୍ଷା।


ବୈଷ୍ଣବ ଶୈବଙ୍କ ଧର୍ମ କର୍ମେ ଲୟ ତେଣୁ ଖ୍ୟାତ ଧର୍ମ ମାସ

ଫସଲ ଅମଳ ପୂର୍ବରୁ ବିଶ୍ରାମ ବିଭୁ ପାଦେ କରି ଆଶ।

ସରିଲା କାର୍ତ୍ତିକ ନିରାମିଷ ଭୋଜ ଆମିଷରେ ଜାତ ରୋଗ

ସାତ୍ତ୍ଵିକ ଜୀବନ ସଫଳ ଅଭ୍ୟାସ ତ୍ୟାଗ କରିବାକୁ ଭୋଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract