STORYMIRROR

BISWESWAR MAJHI

Abstract

4.0  

BISWESWAR MAJHI

Abstract

ଶୁଭରତ ଭାରତ

ଶୁଭରତ ଭାରତ

1 min
137



ବିବିଧତା ମଧ୍ୟେ   ଏକତା ବିରାଜେ

     ଭାରତ ଦେଶ ବିଭବ

କେତେ ଜାତି ନାମ   ଧରମ କରମ

     ସଭିଙ୍କ ଗୋଟିଏ ଭାବ।୧ା


ରବୀନ୍ଦ୍ର ସଂଗୀତ  ବଙ୍କିମ ସାହିତ୍ୟ

    ବଙ୍ଗଳାର ବଇଭବ

ଉତ୍କଳେ ବିଖ୍ୟାତ   ଛଉ ଓଡିଶୀତ

    ସମ୍ବଲପୁରର ବାନ୍ଧ।୨ା


ପୁରୀ କୋଣାରକ ଚାରୁ କଳା ଟେକ

    ମହାଲିଙ୍ଗ ଲିଙ୍ଗରାଜ

ଜଗତର ନାଥ   ସ୍ୱୟଂ ଜଗନ୍ନାଥ

     ମର୍ତ୍ତ୍ୟ ବୈକୁଣ୍ଠ ବିରାଜ।୩ା


ଶ୍ରମ ଅକାତର   ଦ୍ରାବିଡ ମଣ୍ଡଳ

    ବଙ୍ଗୋପ ସାଗର ତୀର

ଭାରତ ନାଟ୍ୟମ୍  କଥାକଳି ଦମ

    କୁଚିପୁଡି ଦକ୍ଷିଣର ।୪ା


କର୍ଣାଟକ ମାନ  ଟିପୁ ସୁଲତାନ

   ମରାଠା ସୁର ଶୀବାଜୀ

ଗୁଜରାଟ ସ୍ମର   ପଟେଲ୍ ସର୍ଦାର

    ମହାତ୍ମା ଯହିଁ ବିରାଜି ।୫ା


ଖଜୁରାହୋ ମଧ୍ୟ  ଉତ୍ତରରେ ତାଜ-

    ମହଲ ଯା ସରତାଜ

ନାଳନ୍ଦା ମଗଧ   ସାଞ୍ଚିର ସଉଧ

   ଧର୍ମାଶୋକର ରାଇଜ ।୬ା


କୁତୁବ ମିନାର   ଲାଲକିଲ୍ଲା ସାର

     ଦିଲ୍ଲୀ ଦିଲ୍ ବାଲାର

ପଂଜାବ କେଶରୀ  ହରିୟାଣା ଶୀରି

    କ୍ଷେତ ସବୁଜ ସୁନ୍ଦର ।୭ା


ପୂର୍ବୋତ୍ତରେ ବେଣୀ   ସପତ ଭଗିନୀ

     ହିମଗିରି ଯହିଁ ରାଜେ

ଭୂସ୍ୱର୍ଗ କାଶ୍ମୀର     ଭାରତ ମାତାର

&

nbsp;    ମୁକୁଟ ସମ ବିରାଜେ ।୮


ପଞ୍ଚଶୀଳ ନୀତି   ଅହିଂସା ବିଭୁତି

    ଶୂନ୍ୟକୁ ଦେଇ ଜନମ

ବୀଜଗଣିତର    ବୀଜକୁ ସୁମର

    କପାଳ ନହେବ ବାମ ।୯ା


ରାଜ୍ୟ ଗୋଷ୍ଠୀ ପୁଞ୍ଜ ବ୍ରିଟ୍ ସାର୍କ ମଧ୍ଯ 

     ସବୁଠି ଗାରିମା ଯା'ର

ନାସା ବୈଜ୍ଞାନିକ  ଏକକୁ ଆରେକ

     କି ଗୁଣ ବର୍ଣିବା ତା'ର ।୧୦ା


ଏସିଆନ୍ ଖେଳ   ବିଶ୍ୱ ବ୍ୟାଙ୍କ ମେଳ

     ସବୁଠାରେ ଛାଡି ଛାପ

ପଞ୍ଚଶୀଳ ନୀତି   ଜଗତ ସଂହତି

    ଭାରତର ନାମ ଜପ।୧୧।


ଯୋଗ ପ୍ରାଣାୟମ    ସଂସ୍କାର ଧରମ

      ସାଜିଛି ଉଦାହରଣ

ଚିକାଗୋ ସଭାର    ବିଶ୍ୱ ଭ୍ରାତୃତ୍ୱର

    ବିବେକାନନ୍ଦ ମହାନ।୧୨।


ବିଶ୍ୱ ଶକ୍ତି ଉଭା  ଶକ୍ତି ଯା'ର ଯୁବା

      ଇତିହାସ ରଚିବାକୁ

ସୁରକ୍ଷା ପାର୍ଷଦ   ପାଇବାକୁ ପଦ

   ସୁଯୋଗ୍ୟ ସେ ପଦବୀକୁ।୧୩।


ଚନ୍ଦ୍ର ମଙ୍ଗଳରେ  ପାଦ ଥାପିବାରେ

     ମହାକାଶ ଗବେଷଣା

ପୃଥ୍ୱୀ ଅଗ୍ନି ନାଗ  ବ୍ରହ୍ମୋସର ଯୋଗ

   ଗାରିମା କରେ ଘୋଷଣା।୧୪।


ଦେବ ଭୂମି ଧୁଳି  ମଥାପରେ ବୋଳି

     ଉଚ୍ଚ ହିମଗିରି ପରି

ଉଦାତ୍ତେ ଗାଇବା ବିଶ୍ବେ ଜଗାଇବା

     ବନ୍ଦେ ମାତରମ୍ ସ୍ଫୁରି।୧୫।

       


Rate this content
Log in