STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

କଳ୍ପନା

କଳ୍ପନା

1 min
184


କଳ୍ପନା ଆହା କି ସୁନ୍ଦର ଶବଦ

କଳ୍ପନା ପ୍ରବଣ କବି ବିଶାରଦ। 

କଳ୍ପନା ବିଭୁଙ୍କ ବ୍ରହ୍ମାଣ୍ଡ ତିଆରି

କଳପନା କଲେ ମଥା ଯାଏ ଘୁରି।


କଳ୍ପନା ପ୍ରସୂତ ଉଦ୍ଭାବନ ଯେତେ

କଳ୍ପନା ବିନା କି ସମ୍ଭବ ଜଗତେ !

କଳ୍ପନା ପ୍ରଥମେ ପରେ ଗବେଷଣା

କଳ୍ପନା ବିଜ୍ଞାନୀ କରେ ଉଦ୍ଭବନା।


କଳ୍ପନା ଚକ୍ଷୁରେ ପଙ୍ଗୁ ଲଙ୍ଘେ ଗିରି

କଳ୍ପନାର ବଳ ନପାରେ କେ କଳି।

କଳ୍ପନା ବିଳାସୀ ସକ୍ଷମ ଧରାରେ

କଳ୍ପନା ବିହୀନ ପ୍ରଥମରୁ ହାରେ।


କଳ୍ପନା କବିର ନାହିଁ ସୀମାରେଖା

କଳ୍ପନାରେ ରଚେ ଅଜଣା ଅଦେଖା।

କଳ୍ପନା ପ୍ରସୂତ ସମ୍ଭବ ସକଳେ

କଳ୍ପନା ସମ୍ରାଟ ରବି ମହୀତଳେ।


କଳ୍ପନା ଚାୱଲା ମହାକାଶଚାରୀ

କଳ୍ପନା ପର୍ବତ ଆରୋହଣକାରୀ।

କଳ୍ପନା ପୁରଣେ କାଳ ଝାମ୍ପି ନେଲା

କଳ୍ପନା ନାମଟି ଅମର ରହିଲା।


କଳ୍ପନା ବିବେକ ବିଚାର ବିରୋଧୀ

କଳ୍ପେ ସଚେତନ ଜୀବନ ଅବଧି।

କଳ୍ପନା ଶୂନ୍ୟରେ ବାଜୁଛି ବାଜଣା

କଳ୍ପି ଅଇରୀ ତା କାଟିପକା ଡେଣା।


କଳ୍ପନା ବାସ୍ତବ ଦୁଇ ବିପରୀତ

କଳ୍ପନା ସମ୍ମତେ ସମାଜର ହିତ।

କଳ୍ପନା ମୁଖରେ କାଳ ବସିଥାଏ

କଳ୍ପି ନପାରି ତା ପ୍ରାଣୀ କଷ୍ଟପାଏ।


କଳ୍ପନା ବାପୁଙ୍କ ରାମ ରାଜ୍ୟ ସ୍ମରି

କଳ୍ପନା ରହିଲା ପଡିଲେ ସେ ଟଳି।

କଳ୍ପନାର ରହିଛି ରହିବ ସପନେ

କଳ୍ପିତ ରାବଣ ରାଜୁତି ଗୋପନେ।


କଳ୍ପନା ଆମର ସ୍ୱଚ୍ଛ ଭାରତର

କଳ୍ପନା ପୂରିବ ସତେ ଜନତାର।

କଳ୍ପନା ଭାରତ ହେବ ବିଶ୍ୱଗୁରୁ

କଳ୍ପନାରେ ନୋହିଁ ବାସ୍ତବେ ପ୍ରସରୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational