ଅପରିଚିତ
ଅପରିଚିତ


ଅପରିଚିତ ପ୍ରାଣୀ ପହଞ୍ଚିଲା ଆଦିବାସୀ ଙ୍କ ଇଲାକାରେ
ସଭ୍ୟତା ଯହିଁ ଅପହଞ୍ଚ ଆତ୍ମରକ୍ଷା ମୂଳ ସେଠାରେ।
ଅଦ୍ଭୁତ ପ୍ରାଣୀ ଟିଏ ଦେଖି ଆଚମ୍ବିତ ହୋଇଗଲେ
ନିଆଁ ହୁଳା ଠେଙ୍ଗାବାଡି ଧରି ଝପଟି ଆସିଲେ।
ଅପରିଚିତ ପ୍ରାଣୀ ଦେଖିଲେ ଖାଦ୍ଯ ଲାଳସା ଜାଗେ
ଅପରିଚିତ ରୋବର୍ଟ ଆଗେ ଠେଙ୍ଗାବାଡି ସିନା ଭାଙ୍ଗେ !
ଲଢେଇ ଯହୁଁ ଅମିମାଂସିତ କେହିବି ନ ହାରିଲେ
ବନ୍ଧୁତାର ହାତ ବଢାଇ ଦେଲେ ଅନୁଧ୍ୟାନ କଲେ।
ରୋବର୍ଟ ଯନ୍ତ୍ର ମାନବ ଜ୍ଞାନ ର ଗନ୍ତାଘର
ଶିଖାଇଦେଲା ଆଦିବାସୀଙ୍କୁ ଆଚାର ବ୍ୟବହାର।
କଥା କହିବା ଶିଖିଲେ ଠାର ଚିତ୍କାର ଛାଡି
କଠିନ ଜୀବନଧାରା ହ
ୋଇଗଲା ସଜାଡି।
ଗଛରୁ ଫଳ ତୋଳା ଫସଲ ଉପୁଜାଇବା
ପଶୁପାଳନ ମତ୍ସ୍ୟଚାଷ ପୋଷାକ ପିନ୍ଧିବା ।
ଗଣିତ ଗହନ କଥା ସଂଖ୍ୟାର ପରିଚୟ
ଭୂଗୋଳ ସାହିତ୍ୟ ପୁଣି ରାଷ୍ଟ୍ରନୀତି ନିଚୟ ।
ମାନବ ପକ୍ଷରେ ତାହା ହୁଅନ୍ତା କି ସମ୍ଭବ
ଭୁରି ଭୋଜନ କରନ୍ତେ ନର ଭକ୍ଷି କି ଲାଭ !
ପ୍ରବେଶିଲା ସଭ୍ୟତା ର ପ୍ରବାହ ସେଠାରେ
ସ୍କୁଲ୍ କଲେଜ ଅଫିସ୍ ଖୋଲା ହେଲା ଅଚିରେ।
ଅପରିଚିତ ଯହୁଁ ପରିଚିତ ହୋଇଗଲା
ଯନ୍ତ୍ର ସଭ୍ୟତାର ବିକାଶ ସମ୍ଭବ ହେଲା।
ପରିଚୟ ମିଳିଗଲେ ଅପରିଚିତ ସମାପ୍ତ
ବନ୍ଧୁତ୍ବ ର ବନ୍ଧନରେ ନବଯୁଗ ସମାଗତ।