STORYMIRROR

BISWESWAR MAJHI

Abstract

4  

BISWESWAR MAJHI

Abstract

ମୃତ୍ଯୁ ମହାସତ୍ୟ

ମୃତ୍ଯୁ ମହାସତ୍ୟ

1 min
362

'ମର୍ତ୍ତ୍ୟ ମଣ୍ଡଳେ ଦେହ ବହି

 ଦେବତା ହେଲେହେଁ ମରଇ'

ଏ ଭାଗବତ ବାଣୀ ସାର

  ମନୁଷ୍ୟ ପାଇଁ ଅଗୋଚର।


ଜନ୍ମ ମରଣ ଦୁଇ ଧାର

   ତା ମଧ୍ୟେ ଜୀବନ ଅସାର

ବୟସ ବଢ଼େ ସରେ ଆୟୁ

   ତଥାପି ମାନବ ଉଦବାୟୁ।


ଶରୀର ସୌଷ୍ଠବ ପ୍ରମାଣେ

   ଧରାକୁ ସରା ପରି ମଣେ

ସମ୍ପତ୍ତି କ୍ଷମତା ନିଶାରେ

 ମୃତ୍ୟୁର ସତ୍ୟକୁ ପାଶୋରେ।


'ମରଣ ବେଳେ ନିଦ୍ରା ଗଲେ

   ଯମ କି ଛାଡିଦେବ ଭଲେ'

ମରଣ ଧୃବ ସତ୍ୟ ଜାଣି

   କର୍ମ କରନ୍ତି ଆତ୍ମ ଜ୍ଞାନୀ।


ଶରୀର ପଞ୍ଚଭୂତେ ଲୀନ

   ରହିବ ପିତୃ ଦତ୍ତ ନାମ

ନାମର ସାର୍ଥକତା ପାଇଁ

  କୀର୍ତ୍ତି ଅର୍ଜନ କର ସାଇଁ ।


ସ୍ନେହ ସଦିଚ୍ଛା ସତ୍ୟ ବଳେ

   ମରଣ ପାରେ ନାମ ଚଳେ

ନାମକୁ ଅମର ଯେ କରେ

    ଅମୃତ ସନ୍ତାନ ମହୀରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract