STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ଆସ ଆସ ବିଶ୍ଵ ପୁରୁଷ (୧୪)

ଆସ ଆସ ବିଶ୍ଵ ପୁରୁଷ (୧୪)

1 min
447

   ଚତୁର୍ଦ୍ଦଶ ଦିନ ଏଇତ        ଲାଗଇ ଚଉଦ ବରଷ

ସବୁରି ମୁହଁରୁ କାଢିତ        ନେଇ ଯାଇଅଛି ହସ

           ରାମ ଯଥା ବନବାସ

ଗଲାପରେ ଯେହ୍ନେ ଅଯୋଧ୍ୟା ଦୁଃଖରେ ହୋଇଛି ବିବଶ

ଆସି କରି ଏବେ ଭାରତ      କରୋନା ଢାଳୁଛି ବିଷ 


ଧୀରେ ଧୀରେ ଆସି ବିସ୍ତରି   ଦେଶକୁ କରିଛି ନିଶବ୍ଦ

ମଣିଷ ଅନ୍ତରେ ସବୁରି      ଶୁଭେ କୋହଭରା ଗୀତ

            ଜୀବନ ତ ଅସ୍ତବ୍ୟସ୍ତ

ମହାମାରୀ ରୂପେ ସମଗ୍ର ବିଶ୍ଵେ କରୁଛି ଏମିତି ନୃତ୍ୟ 

ଦ୍ଵାପରେ ଯେପରି କୋକୁଆ     ଭୟେ ଗୋପ ଭୟଭୀତ 


ଆଜି ବିଶ୍ୱ ସ୍ଵାସ୍ଥ୍ୟ ଦିବସ  କରୋନା କରିଛି ଆକ୍ରାନ୍ତ

ପାଳିବା କୁ ନାହିଁ ସାହସ   ମୃତ୍ୟୁ ବିସ୍ତାରିଛି ହାତ

      ଭରେ ଜୀବନେ ହତାଶ

ତଥାପି ବିଶ୍ଵାସେ ମଣିଷ ଡାକଇ ଈଶ୍ୱର ଆସ 

ଏ ଦୁଃଖ କାଳରେ ନିରାଶ  ନକର ହେ ବିଶ୍ଵ ପୁରୁଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract