STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ନିର୍ଦ୍ଦୟ

ନିର୍ଦ୍ଦୟ

1 min
333


ସ୍ଵାପଦ ଅଜ୍ଞାନ ଘର ତା କାନନ ହିତାହିତ ଜ୍ଞାନ ଶୂନ୍ୟ

ନାହିଁ ତା ଭାବନା ଚିନ୍ତା କି ଚେତନା ସେସବୁ ନିର୍ଦ୍ଦୟ ପ୍ରାଣ ।।


ଏ ଜୀବ ଜଗତେ ଖାଦକ ଖାଦ୍ୟ କୁ କରେ ନାହିଁ ତିଳେଦୟା

ଘାତକ ସାଜଇ ଖଦ୍ୟ ଲାଳସା ରେ ଭୁଲିଯାଇ ସ୍ନେହ ମାୟା ।।


ଅଜଣା ଅଶୁଣା ପରଦେଶୀ ଯେତେ ବୁଝେନି ମାୟା ମମତା

ଇଂରେଜ ଯେମିତି ଭାରତ ବର୍ଷର ଭିଙ୍ଗିଦେଲା ଉତ୍କର୍ଷତା ।।


ଡକାୟତ ଚୋର ତସ୍କର ମନରେ ଅର୍ଥର ଲାଳସା ଭାବ

ପିଡିତ ମନର ବିକଳ ବେଦନା କିପାଇଁ ସେ ବା ବୁଝିବ ।।


କାମୁକ ଖେଟକ ଆଖିରେ ଜ୍ଵଳନ୍ତ ଅଗ୍ନି ଲେଲିହାନ ଶିଖା,

ସେ କାହୁଁ ବୁଝିବ ଜ୍ଵଳନ ଯନ୍ତ୍ରଣା ହୃଦୟର କୋହ ବ୍ୟଥା ।।


ନିର୍ଦ୍ଦୟତା ଭାବ ମୋଗଲ ସମ୍ରାଟ ଆଓରଙ୍ଗ ଜେବ୍ ଆଉ

ଇତିହାସେ ଲିପିବଦ୍ଧ ହୋଇଅଛି ହିଟଲର ଯେହ୍ନେ ରାହୁ ।।


ନିର୍ଦ୍ଦୟ ପଣରେ ଅଶୋକ ସମ୍ରାଟ କଳିଙ୍ଗ ଯୁଦ୍ଧର ଗାଥା

କହିଲେ ନସରେ ଇତିହାସ ପୃଷ୍ଠା ବଖାଣଇ ଯେତେ କଥା ।।


ନିର୍ଦ୍ଦୟତା ପଣ ପୁରାଣ କାହାଣୀ ମହାଭାରତ ବର୍ଣ୍ଣିତ 

ସପ୍ତରଥି ସଙ୍ଗେ ଅଭିମନ୍ୟୁ ଙ୍କର ସେ ଭୟଙ୍କର ଯୁଦ୍ଧ ।।


ସଂଯମତା ହୀନ ନିର୍ବୋଧ ଅଜ୍ଞାନ ପାଖରେ ନଥାଏ ଦୟା

ସେମାନଙ୍କ ପାାଇଁ ନିରର୍ଥକ ଦୟା କ୍ଷମା ଓ ମମତା ମାୟା ।।


ପ୍ରକୃତି ନିର୍ଦ୍ଦୟ ହୋଇଲେ ସଂସାର ହୋଇଯିବ ନାରଖାର

ନିର୍ଦ୍ଦୟ ତ ଏକ ଭୟଙ୍କର ଶଦ୍ଦ ସବୁଠାରୁ ଭୟଙ୍କର ।।


ନିର୍ଦ୍ଦୟ ଏମିତି ପ୍ରପଞ୍ଚ ଶବଦ ରାକ୍ଷସ ସ୍ଵାପଦ ପାଇଁ 

ଲେଖି ଦେଇଛନ୍ତି ଅଭିଧାନକାର ଯାହାର ତୁଳନା ନାହିଁ ।।


ଅନେକ ନିର୍ଦ୍ଦୟ ଭିତରେ ଉଦୟ ହୋଇଅଛି ସଦ୍ଭାବନା

ଶାନ୍ତି ଦୂତ ଆସେ ସହସା କେବେତ ଶୁଣି ଆକୁଳ ପ୍ରାର୍ଥନା ।।


( ଦୁର୍ଲଭ ଏ କଳେବର ନର ତାର ନପାରିବ ଯଦି ଜାଣି

ନରକ ଗର୍ଭକୁ ପଥ ପରିଷ୍କାର ନିସ୍ତରଣ ଦ୍ବାର ନାହିଁ ।। )



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics