STORYMIRROR

Premalata Giri

Classics

5  

Premalata Giri

Classics

ସ୍ମୁତି ସ୍ମୁତି

ସ୍ମୁତି ସ୍ମୁତି

1 min
497


ସ୍ମୁତି ଲେଉଟାଣି ବରଗଛ ମୂଳେ

 କେତେ ଅଙ୍କାବଙ୍କା ଛବି

ପେନ୍ଥା ବଉଳରେ କେତେ ଗୀତଲେଖା 

  ଚୋରା ଫଗୁଣର ପ୍ରୀତି। 

ଯେତେ ପଢିଲେବି ଅଧା ରହିଯାଏ

  ମମତା ରେ ବୋଳାଚିଠି

ମା ଓ ପ୍ରେମିକା ଭୁଲି ହୁଏ ନାହିଁ

 ସଦା ହୁଦୟରେ ଗଣ୍ଠି। 

ଶ୍ରାବଣ ଛକରେ ସଂପର୍କ ର ଦେଖା

   ଦରଦୀ ମେଘ ଉଠାଣି

ଭାଂଗିଗଲେ ଥରେ ଯୋଡିହୁଏ ନାହିଁ

   ସେହିତ ପ୍ରେମ କାହାଣୀ। 

ସ୍ୱପ୍ନ ମହଲରେ କେତେ ରଂଗଫୁଲ

ଛିଟ ପ୍ରଜାପତି ଯୋଡି

ମନକୁ ମନରେ ମାପୁଥିବା ବେଳେ

ଗେଣ୍ଡାଳିଆ ଯାଏ ଉଡି। 

ଅଳପ ହସର ବେଶୀ ଇତିହାସ

  ଶୀତ ସକାଳର ତାତି

ଦୂରତାଳବଣ ଗୋହରୀ କଡରେ

  ସାଲୁରୀଚଢେଇ ସ୍ମୁତି। 

ଧାନକେଣ୍ଡାତଳେ ଆଶାର ଭରସା

  କାର୍ତ୍ତିକରେ ଫୁଲମତୀ

ଝୋଟୀଚିତାଦେଇ ମାର୍ଗଶୀର ଆସେ

  ବାନ୍ଧିବାକୁ ମାଣ ବେଣ୍ଟି।

ସଂସାର ସୂତାର ନୋଟି ଅଡୁଆରେ

କାନିଖାଏ ସଦାଗୁଡି

ଉଡିବା ନିଶାରେ ଚଇତି ପବନ

  ପତ୍ରକୁ ମାଟିରେ ଯୋଡି।  

ଭରିଭଲଲାଗେ ଭାବିବାକୁ ଥରେ

 ସ୍ମୁତିର ଝରକା ଖୋଲି

 ଭାବିଲେ ହୁଦୟତରଙ୍ଗାୟିତ ହୁଏ

  ମନରେ ରଂଗରଂଗୋଲୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics