STORYMIRROR

Premalata Giri

Tragedy

4  

Premalata Giri

Tragedy

ଦାୟୀରେ କିଏ!

ଦାୟୀରେ କିଏ!

1 min
308


କିଏ ଅବା ଦାୟୀ ଜଣାନାହିଁ କିଛି

 ଶୁକ୍ରବାର ହେଲା କାଳ

ଆଖି ପିଛୁଳାକେ ପୋଛିନେଇଗଲା

 ଜୀବନ କରମଣ୍ଡଳ। 

ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ

ବାଉଳା ହୋଇଲା ରେଳ

ବାଟ ଭାଂଗି ଚାଲି ଅମଡାମାଡିଲା

ଭୁଲ୍ ହେଲା ସିଗି ନାଲ୍। 

କରୁଣ ଚିତ୍କାରେ ଦାରୁଣଜୀବନ

   ରକ୍ତରେ ଜୁଡସଡ

ମୁର୍ଦ୍ଧ ନା ପାତରେ ବିବଶ ନିଶ୍ୱାସ

 ବଞ୍ଚିବାରେ ଉଠପଡ। 

ମା ଖୋଜୁଥିଲା ପୁଅ କାହିଁ ଗଲା

  ବାପା ଖୋଜୁଥିଲା ଝିଅ

ହାଏରେ କପାଳ ଏକି କରି ଦେଲୁ

  ଓଠ ପିଉଥିଲା ଲୁହ। 

କାର ହାତ ନାହିଁ ଗୋଡ ନାହିଁ କାର

  ମାଟିରେ ଗଡୁଛି ମୁଣ୍ଡ

ଅନ୍ଧାରେ ଦିଶୁନି ଉଦ୍ଧାର ସାହାରା

  ରେଳ ଡବା ଖଣ୍ଡ ଖଣ୍ଡ। 

ବାହାନଗା ଭୁଇଁ ରକ୍ତରେ ରଂଜିତ

   କାହାପାଇଁ ହେଲା ଯୁଦ୍ଧ

ଗଗନ ପବନ କମ୍ପିତ ହୋଇଛି

 ରକ୍ଷାକର୍ତ୍ତା ରକ୍ଷାକର। 

ବାଟରେ ବାଟରେ ଜୀବ ଚାଲିଗଲା

 ଦେଖିଲାନି ଘର ମୁହଁ

ଭଉଣୀ ଚାହିଁଛି ଭାଇ ଆସିବାକୁ

  ରଜ ବୋଲି ଅଳ୍ପ ଦିନ। 

 ଆଖିଫେରୁନାହିଁ ପାଦପଡୁନାହିଁ

 ଅଟକି ଯାଉଛି ପ୍ରାଣ

ବଞ୍ଚିବା ଦେହଟାସାଂଗେ ସାଂଗେ ଶବ

 ବୁଝୁ ନାହିଁ ମୋଟେ ମନ। 

  କୁଢ କୁଢ ମୁର୍ଦାରର ପାହାଡରୁ

  ରକ୍ତ ନଦୀର ଧାର

ଲୁହାର ଧାରଣା ପହଁରି ଦେଖୁଛି

  ଜନତାର ଜନାର୍ଦ୍ଦନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy