ଅବଶୋଶ
ଅବଶୋଶ
ବୟସର ବଢୁଥିବା ପାହାଚରେ ଚଢୁ ଚଢୁ
ବାଲ୍ୟରୁ କୈଶୋର ଆସେ ଯାଏ
ପାଚିଲା ଝଡି କଞ୍ଚା କଅଁଳିବା ପରି ।
ଶୈଶବ କାନ୍ଧରେ ପାଦ ଥାପି
ଯୌବନ ଧାଏଁ ସାଏଁ ସାଏଁ
ସୁନା କ୍ଷେତ ପରି ତାରୁଣ୍ୟରେ ପୁରି ।
ସାଇତା ସ୍ମୃତି ସବୁ କଡ ଲେଉଟାନ୍ତି
ଭାଙ୍ଗି ଯୋଡି ଭିଡ଼ି ମୋଡ଼ି
ତେଢା ମେଢ଼ା ସପନ ସରଣୀ ସାରି ।
ଯାତ୍ରାପଥେ ମିଳନ୍ତି ଯୋଡିଥାନ୍ତି
ସାଙ୍ଗସାଥି ଅନେକ ଅଗଣିତ
ଦାଣ୍ଡ ଧୂଳି ଖେଳ
ସ୍କୁଲ କଲେଜ ବେଳ
ଗାଁ ସାହି ମାମୁଁ ଘର ମେଳ ସବୁରୀ ।
ନୂଆ ଅନୁଭୂତି ସହିତ ମିଳେ
ସଖ୍ୟ ସହୋଦର ସହୋଦରୀ
ନବୀନ ନୂତନ ପ୍ରୀତି ବଲ୍ଲରୀ
ଆଙ୍କୁରିତ ମନ ବନାନୀରେ
କନକ ଫୁଲ ଚାଉଁରୀ ।
କାହା ବିନା ଜୀବନ ଯାପନ
ଅଧା ବାଟେ ଅଟକିନି
ହେଲେ ପ୍ରଥମ ପ୍ରେମର ସିହରଣ
ମିଠା ମିଠା ଉଦବେଳନ ଉତ୍ତରଣ
ମନେପଡ଼େ ସବୁଦିନ ସବୁ ସର୍ବରୀ ।
ଅବଶୋଶ ରହିଯାଏ ଆଶାହୀନ ଦିଶାହୀନ
ଜୀବନ ଯୌବନ ମାରି
ବିଫଳତା ବାରି ହୁଏ ଖଟା ମିଠା ଯନ୍ତ୍ରଣାର
ତୀକ୍ଷଣ ଚୁମ୍ବନ ଦଂଶନ ଚିରି।
