STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

ଶୀତ ସଂଧ୍ୟା"

ଶୀତ ସଂଧ୍ୟା"

2 mins
935


ମା"ଭାଇ ଭଉଣୀ ଙ୍କର ଆଖି ଲୁହରେ

ଗୋପାଳପୁର ଛକ ର

ରାଜ ରାସ୍ତା ଓଦା ହୋଇ ଯାଇଥିଲା

କିନ୍ତୁ କୌଣସି ଲୋକ ସେଠି

ଅଟକୁ ନ ଥିଲେ କି

କୌଣସି ଜାନ ବାହନକୁ

ସେଠି କେହି ଅଟକାଉ ନଥିଲେ।

ଗୋଟିଏ ଛୋଟ ପିଲା ର

ମୃତ ଦେହ ରାସ୍ତା ମଝିରେ

ପଡ଼ିରହିଥିଲା।

ତଫାତ୍ ଥିଲା ଏତିକି ସେ ଶବର

ସମ୍ପର୍କୀୟ ମାନେ କେହି

ଗାଡି ଘୋଡ଼ା ଚଢ଼ି ଜାଣି ନ ଥିଲେ।

ସେମାନେ ତ ଗାଡ଼ି ଚଲେଇ

ଜାଣି ନ ଥିଲେ ତାଙ୍କ ଗାଡ଼ି ବାଜି

କାହା ଦେହ କେବେ ଖରୋଚ ବା

କେମିତି ହେବ।

ତେଣୁ ତାଙ୍କ ପାଇଁ ରାସ୍ତା ରୋକ

କରିବ କିଏ? ଟାୟାର ଜାଳିବ କିଏ?

ସବୁଠୁ ବଡ଼ କଥା ତା

ମା,ଭାଇ, ଭଉଣୀ ମାନଙ୍କୁ

ସେ ଶବ ପାଖକୁ କେହି

ଯିବାକୁ ଦେଉନାହାନ୍ତି।

ପ୍ରତି ମିନିଟ ରେ ଯେଉଁ

ରାସ୍ତା ରେ ଶହ ଶହ ଜାନ ବାହାନ

ଶବକୁ ସାଇଡ୍ ଦେଇ 

ପାସ୍ କରୁଛି ସେଠି ସେ ବିଚରା

ନିରୀହ ପରିବାର ତା 

ରକ୍ତମାଂସ ର ତିଆରି ଶିଶୁଟା ପାଇଁ

ଲୁହ ଢାଳିବା କୁ ଯାଗା 

ପାଇବା ବା କେଉଁ ଠୁ?

ସେଥିପାଇଁ ସେମାନେ ରାସ୍ତାର

ଫୁଟ୍ ପାଥ୍ ଟାକୁ 

ଓଦା ତ କରିସାରିଥିଲେ!!

ଖାଲି ଏକ ଅସହାୟ 

ବେଦନା ସିକ୍ତ ଭରା କରୁଣ

ଆର୍ତ୍ତ ନାଦ ମଝିରେ ମଝିରେ

କରୁଥିଲେ !

ସେ ଆର୍ତ୍ତନାଦ ରେ 

ଆକାଶ ପୃଥିବୀ ଦୋହଲି ଯାଉଥିଲା

ହେଲେ ମଣିଷ ର କଠୋର

ହୃଦୟ ଟିକେ ବି ବିଚଳିତ

ହେଉନଥିଲା !

କାରଣ ସେ ଶବ 

ମଣିଷ ପିଲାର ନଥିଲା

ସେ ଥିଲା ସଦ୍ୟ ଚାଲିଶିଖୁଥିବା

କୁନି କୁକୁର ପିଲାର ଶବ।

ମା ଖିର ପିଇ ପିଇ 

ଭାଇ ଭଉଣୀ ଙ୍କ ସହିତ

ନିଜର ବାଲ୍ୟ ଚପଳାମୀ

କରୁକରୁ ନିଜର ଅଜଣାତରେ

ସେ ହଜିଯାଇଥିଲା

ମଣିଷ ଓ ତାଙ୍କ ଗାଡ଼ି ଘୋଡ଼ା ର

ଭିଡ଼ ଭିତରେ!

 ମା କୁକୁର ଟି କଡ଼ ଲେଉଟାଇ

 ଖୋଜିବା ପୂର୍ବରୁ ଶେଷ 

 ହୋଇଯାଇଥିଲା ସବୁ।

 ମଣିଷ ଗୁଡାକ ଯାନ ପରିବହନରେ

 ସବୁଠୁ ଅଗ୍ରଣୀ ଯେ ହେତୁ

 କିଏ ବା କାହିଁକି ଦେଖିବ

 କିଏ ମଲା କିଏ ବଞ୍ଚିଲା ?

 ସବୁଠୁ ଆଗରେ କିଏ ଯିବ

 ସେଇଥିରେ ତାର ବାହାଦୂରୀ।

 ଶୀତୁଆ ଶୀତୁଆ ସୂର୍ଯ୍ୟ ଅସ୍ଥଗାମୀ' 

 ମୁହଁ ଅନ୍ଧାର ରାସ୍ତା

 ସେ ସମୟରେ କାର୍ଯ୍ୟ କିଛି ନଥିଲେ ବି

 ଗାଡି ଘରେ ଅଛି ମାନେ

 ସମସ୍ତେ ବାହାରି ଯିବେ

 ସନ୍ଧ୍ୟା ଭ୍ରମଣ ରେ।

କିନ୍ତୁ ଏପାଖେ

ସମସ୍ତେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ପେଟ୍ରୋଲ ଦର 

ବୃଦ୍ଧି ହେଉଛି ବୋଲି।

 ସେମିତି ଏକ ସନ୍ଧ୍ୟା ଭ୍ରମଣ ର ଏ ଦୃଶ୍ୟ।

 ମୋ ହୃଦୟ ଟାକୁ

 ଦୋହଲାଇ ଦେଲା ଏ ଦୃଶ୍ୟ।

 ପଛକୁ ଗାଡ଼ି ଫେରାଇ

 ରାସ୍ତା ମଝିରୁ ସେ ଶିଶୁ ଟିର

 ରକ୍ତ ଜୁଡୁବୁଡୁ ଶବକୁ 

 ଗୋଟିଏ ପଲିଥିନ ର ସାହାଯ୍ୟରେ

 ଆଣି ତା ମା ପାଖରେ 

 ପହଞ୍ଚାଇ ଦେଲାକ୍ଷଣି

 ତା ମା ତା ଭାଇ ଭଉଣୀ ମାନେ

 ତା ଉପରେ ଲୋଟିପଡିଲେ।

 ଯାଣେନା ମୁଁ ଠିକ୍ କଲି ନା ଭୁଲ୍।

 ମୃତ ବି ହେଉନା କାହିଁକି

 ତା ମା'ର ତ ସେ ପୁଅ।

 ଇଛା ହେଉଥିଲା ଏ ମଣିଷ ସମାଜ କୁ

 ଓ ତାର ବ୍ୟବସ୍ଥା କୁ ଶାସ୍ତି ଦେବାପାଇଁ

 କାରଣ ସେ ବି ତ 

 ଏ ସୃଷ୍ଟି ରଏକ ପ୍ରାଣୀ , 

 ବଞ୍ଚିବାର ଅଧିକାର ତାର ବି ଅଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy