STORYMIRROR

ଚନ୍ଦନ ନାୟକ

Romance Tragedy

3  

ଚନ୍ଦନ ନାୟକ

Romance Tragedy

ଅଭୁଲା ସେ ବିଗତ ଅତୀତ

ଅଭୁଲା ସେ ବିଗତ ଅତୀତ

1 min
160

କିଛି ଅନୁଭୂତି ପବନ ବହିବା ସହ 

ଜୋର୍ ରେ ଜଳି ଉଠେ ବାସ୍ନା ପାଇ ପ୍ରେମର,

କିଛି ସ୍ମୃତି ପୁଣି କୋକିଳ କଣ୍ଠିଙ୍କ ମିଠା ସ୍ଵରରେ 

ମିଶି ରାତିକୁ କରେ ମଧୁର ।


କିଛି ସ୍ମୃତି ଯେବେ ଅନୁଭୂତ ହୁଏ 

ହୃଦୟେ ପୀଡା ଆସେ ଲାଗେ ଭାରି କ୍ଲେଶ,

ଆଉ କିଛି ସାବକ ସମୟ ବର୍ତ୍ତମାନରେ 

ହୃଦୟ ନିକେତ ରେ ଭରେ ଉଦାସ ।


ହେଉସେ ଜ୍ୟୋସ୍ନା ବିଧୌତ ଚନ୍ଦ୍ରମା କିରଣ

କିମ୍ବା ଉତ୍ତପ୍ତ ତପନଙ୍କ ସହ ଦିନ ଦ୍ବିପ୍ରହର,

ସେହି ମୋ ଅତୀତ ସ୍ମୃତି ଯାହାକୁ ମୁଁ 

ଆଜି ଭାବି ଭାବି ହୁଏ ବିଭୋର ।


Rate this content
Log in

Similar oriya poem from Romance