Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr.Sashi Bhushan Mohapatra

Romance

4.9  

Dr.Sashi Bhushan Mohapatra

Romance

ପାନ

ପାନ

1 min
615



ଅଫିସରୁ ଫେରି

ମୁଁ ଆଣେ ମିଠା ପାନ

ତାଙ୍କ ଶ୍ରଦ୍ଧା ପାଇଁ,

ମୁରୁକି ହସି ଦେଇ

ଗାଲରେ ଜାକି ଦେଇ

ପିଆନ୍ତି ଚା' ମୋତେ

ସରାଗରେ ନିତି ପାଖେ ବସି ।


ଭଙ୍ଗା ପାନ ଖଣ୍ଡକରେ 

ଚମକେ ତାଙ୍କ ଓଠ

ରଙ୍ଗମୟ ହୁଏ ଯେବେ

ପାନ ରଙ୍ଗରେ ଭରି,

ସତେ ଯେମିତି

ତାଙ୍କର ସେ ନରମ ଅଧରରେ

ଲିପଷ୍ଟିକ ଦେଇଛିକେ ବୋଳି।


ଚାହେଁ ଯେବେ ମୁହିଁ

ଟିକିଏ ପରଶ

ତାଙ୍କର ସେ ନାଲି ଅଧରରେ ,

ଖୋଲା ହୃଦୟରେ

ଆଙ୍କିଦିଅନ୍ତି ସେ ଚିବୁକରେ ମୋର

ଚୁମା ପରେ ଚୁମା

ପାନ ରଙ୍ଗ ଲାଲିମାରେ ।


କାମ ସାରି ଦୋକାନରୁ

ସେ ଆଣନ୍ତି ଖିଲିପାନ

ଶ୍ରଦ୍ଧାରେ ମୋ ପାଇଁ

ଦୁଇ ମନ ଯୋଡିବାକୁ

ଲବଙ୍ଗଟିଏ ମାରି,

ଖାଏ ନାହିଁ ପାନ ମୁଁ

ଖୁଆନ୍ତି କିନ୍ତୁ ସେ ମୋତେ

ନିତି ଟାଣି ଧରି ।


Rate this content
Log in