STORYMIRROR

Dr.Sashi Bhushan Mohapatra

Inspirational

4  

Dr.Sashi Bhushan Mohapatra

Inspirational

ଆସ ଈଶ୍ୱରୀ ଇଶ୍ୱର ହେଵା

ଆସ ଈଶ୍ୱରୀ ଇଶ୍ୱର ହେଵା

1 min
343

ଆସ ଈଶ୍ୱରୀ ଇଶ୍ୱର ହେଵା 


ଦିନାକେତେ ସେ ମାଗୁଥିଲେ

ଆକାଶର ଜହ୍ନ ଦିଅ, ଆଖିରେ ସ୍ୱପ୍ନ ଦିଅ

ଦୂର ଗଗନରେ ଯେତେ ତାରା

କବରୀରେ ଖୋସି ଦିଅ

ହୃଦୟରେ ତୁମର ମୋତେ ରଖ

ତୁମେ ମୋର ଗୋଟାପଣେ ହୋଇଯାଅ,

ସେବେଠୁ ସେ ମୋର

ଏବେ ବି ମୁଁ ତାଙ୍କର

ଦୁହେଁ ଦୁଇଟି ଦେହଧାରୀ

ଆତ୍ମାର ସହୋଦର |


ଏବେ ହାଡ଼, ମାଂସର ଦେହ

ମୋ ତାଙ୍କର ଛୁଆଁରେ

କାମନାରେ ଜଳୁଥିବା ଦେହ ନୁହେଁ

ଯାହା ଖାଲି ଦେହ ସୁଖ ପାଇଁ

କେବଳ ଜଳିବ,

ଏବେ ଆସ ମୋତେ ଛୁଅଁ

ମୋତେ କୁଣ୍ଢେଇବ ତ କୁଣ୍ଢା

ଆଉ ଜଡେଇଯିବନି ଦେହ ସହ ଦେହ,

ମୋତେ ଦେଖିବ ତ ଆସ

କେମିତି ଜୀବନ ପ୍ରଦୀପ ଜାଳି

ଭିତର ବାହାର କରୁଛି ଆଲୋକିତ|


ଏବେ ଜାଣିଲିଣି

ଦେହ, ମନ, ଆତ୍ମାରେ ଫରକ କିଛି ନାହିଁ

ଜଣେ ଅନ୍ୟର ପରିପୂରକ

ତୁମେ, ମୁଁ ନାରୀ କି ପୁରୁଷ ନୁହେଁ

ଅଖଣ୍ଡ ପରମର ବ୍ୟକ୍ତ ରୂପ

ସେହି ଗୋଟିଏ ଚେତନାରେ

ଜୀବନର ଆଲୋକ ଜଳୁଛି

ଦେହ ଯାହା ଗୋଟେ ପ୍ରଦୀପ |

ଏବେ ଭିତରେ ଅନ୍ଧାର ନାହିଁ

ଛୁଇଁଦେଲେ କାମନା ନାହିଁ,

ଭିତରେ ବାହାରେ, ତୁମଠି, ସବୁଠି

ହୃଦୟ ଖୋଜୁଛି ତାଙ୍କୁ

ଯିଏ ଦେହରୁ ଦେହାତୀତ

ଯାହାଙ୍କ ଛୁଆଁରେ

ମନ, ପ୍ରାଣ ପାଇବ ପରମ ସୁଖ |


ଏବେ ସମ୍ପର୍କ ଆହୁରି ନିବିଡ଼

ଦେହ ଦୀପ ଆହୁରି ଉଜ୍ଜ୍ୱଳ

ପ୍ରେମ ନିତ୍ୟ ଚିରନ୍ତନ

ଭାବ ସବୁ ଦିବ୍ୟ

ଦେହରୁ ମନ, ମନରୁ ଆତ୍ମା

ଆତ୍ମାରୁ ପରମ ଆତ୍ମାଯାଏଁ ପ୍ରସାରିତ,

ଦୁହେଁ ଦୁହିଁଙ୍କୁ ଚିହ୍ନିଲେଣି

ନିଜେ ନିଜକୁ ଚିହ୍ନିବା ସହିତ |


ଦେହରେ ସେହି ପ୍ରେମର

ଆଲିଙ୍ଗନ ନିଅ, ଆଲିଙ୍ଗନ ଦିଅ

ଅଜନ୍ମ ତୁମେ ମୁଁ ଅବ୍ୟକ୍ତଙ୍କ

ହାଡ଼, ମାଂସ, ତନ୍ତୁର ବ୍ୟକ୍ତ ରୂପ

ଅବ୍ୟକ୍ତ ହେଵା ପାଇଁ ମୃତ୍ୟୁ କବଳିତ,

ମୃତ୍ୟୁ ଏଠି ଅନ୍ତ ନୁହେଁ

ଏକ ନବ କଳେବର

ଦେହ ଗୋଟେ ଦାରୁ

ଦେହରୁ ଦେହାତୀତ ହେବାପାଇଁ

ତୁମେ ମୁଁ ସଶରୀରେ

ଆସ ହେଵା ଈଶ୍ୱରୀ ଈଶ୍ୱର! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational