STORYMIRROR

Dr.Sashi Bhushan Mohapatra

Inspirational

3  

Dr.Sashi Bhushan Mohapatra

Inspirational

ଜୀବନର ଜୟଗାନ

ଜୀବନର ଜୟଗାନ

1 min
232


ସାବଧାନ!

ଏ ଏକ ଅଦଭୂତ ସମୟ

ସମସ୍ତେ ଏକା ଏକା, ସବୁଠି ବିଷାଦ

ନିଜପାଇଁ ସମସ୍ତେ ବ୍ୟସ୍ତ ଓ ବିବ୍ରତ

ଦିନ ରାତି ସମସ୍ତେ କାକୁସ୍ଥ

ନିଜ ଘରେ ନିଜେ ଆଜି କାରାବାସ

ଭୟ ଗ୍ରାସିଛି, ମୃତ୍ୟୁ କରୁଛି ତାଣ୍ଡବ ।


ଏ କେମିତିକା ମୃତ୍ୟୁ

ସମ୍ଭ୍ରମରେ ହାତଠାରି ଡାକୁ ନାହିଁ

ବାଘ ଘୋସଡ଼ିଲା ପରି ଟାଣିନେଉଛି

ଏ ଭୀଷଣ ଅଟ୍ଟହାସ୍ୟ

ଆଉ କେତେ ମୃତ୍ୟୁ ପରେ ବନ୍ଦ ହେବ

ମୃତ୍ୟୁ ଆଉ ମୃତ୍ୟୁ ଗୋଟିଏ ନୁହେଁ

ସତେ ଯେମିତି ଏକ ପରିସଂଖ୍ୟାନ

ମନୁଷ୍ୟକୁ ଶକ୍ତିହୀନ, ପ୍ରାଣହୀନ କରି

ମୃତ୍ୟୁ କରୁଛି ତା’ର ଜୟଗାନ

ସାବଧାନ!


ଏ ମୃତ୍ୟୁରେ ଫୁଲମାଳଟିଏ ଗଳାରେ ନାହିଁ 

ରାମ ନାମ, ହରି ନାମ ଜପ ନାହିଁ

ଅନ୍ତିମ ଶଯ୍ୟାଟିଏ ଯୋଗାଡ଼ ନାହିଁ

ସତେ ଯେମିତି ସମୟ ରତ ରତ

ବିଳମ୍ବ ଅନେକ, ଅନେକ ଦୂର ଯିବାକୁ ହେବ

ଠିକଣା ମିଳିଯାଇଛି,ବାହୁଡ଼ିବା ଏକାମାତ୍ର ଲକ୍ଷ।


ଦେହର ମାନେ ଏଠି କିଛି ନାହିଁ

ଯାହାର ସ୍ପର୍ଶରେ ଶିହରଣ ଖେଳୁଥିଲା

ଯେଉଁ ଦେହକୁ ଜଣେ ଛୁଇଁବାକୁ

ସବୁବେଳେ ଅଥୟ ହେଉଥିଲା

ମା' ଆଉଁଶିଦେଲେ ସବୁକଷ୍ଟ ଦୂର ହେଉଥିଲା

ସେ ଦେହ ଅଲୋଡ଼ା ଏବେ ଛୁଇଁବାକୁ ମନା

ଦେହ ଯେମିତି ଦୁଃଖର କାରଣ

ତାହାର ସମ୍ପର୍କ କ୍ଷଣସ୍ଥାୟୀ

ଦେହ ନଶ୍ୱର, ତା' ମୋହ ବ୍ୟତୀତ

ଆଉ କିଛି ନୁହେଁ, ମୃତ୍ୟୁର କାରଣ ।


ଦେହ କ’ଣ ନିଜର ଯେ 

ଅନ୍ୟର ସୁଖ ଦୁଃଖ ପାଇଁ ରହିଥିବ,

ଏ ଏକ ଅଦଭୂତ କାଳ!

କେବଳ ଶାରୀରିକ ଦୂରତାରେ ରହି

ଏକା ଏକା ନିଜ ପାଇଁ ନବଞ୍ଚି

ଆସ ଆମେ ସଭିଏଁ ସଭିଙ୍କ ପାଇଁ

ମନ ସହ ମନ, ଆତ୍ମା ସହ ଆତ୍ମାର

ସମ୍ପର୍କ ସବୁଦିନ ପାଇଁ ଯୋଡ଼ିବା

ଭୁଲିଯାଇ ବାଦ ବିବାଦ, ଅଭିମାନ ଯେତେ,

ମୃତ୍ୟୁ ଯେତେ ଭୟଙ୍କର ହେଉନା କାହିଁକି

ହେ ମୃତ୍ୟୁ ସାବଧାନ!

ଆମେ ସବୁ ଅମୃତ ସନ୍ତାନ

ଜନ୍ମରୁ ଜନ୍ମାନ୍ତର ଆମେ କରୁଥିବୁ

ଜୀବନର ଜୟ ଜୟ ଗାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational