STORYMIRROR

Dr.Sashi Bhushan Mohapatra

Inspirational

3  

Dr.Sashi Bhushan Mohapatra

Inspirational

ମୁକ୍ତି ଆଉ କ’ଣ କି

ମୁକ୍ତି ଆଉ କ’ଣ କି

1 min
191

ଆଖି ଖୋଲି ଦେଖ

ଜନ୍ମରୁ ମୃତ୍ୟୁ ଯାଏଁ

ଜଣେ କିଏ ହୃଦୟରେ ବସିଛି

ଚିହ୍ନିନାହଁ ଯଦି ଚିହ୍ନ ତାଙ୍କୁ

ସେ ଏକା ଆତ୍ମୀୟ ନିଜର

ସଖାଟିଏ,ସାଥିଟିଏ ଜନ୍ମ ମୃତ୍ୟୁର ।


ସେ ଅଛନ୍ତି ବୋଲି ନିଶ୍ୱାସର ଗତି ଅଛି

ଜୀବନ ନଈ ପରି ବୋହୁଛି

ସେ କେବଳ ଭିତରେ ନୁହେଁ

ବାହାରେ ସବୁଠି ଅଛନ୍ତି

ଯେତେ ଶୀଘ୍ର ଅନୁଭବ କଲେ

ଭୟ, ଦୁଃଖ, ଯନ୍ତ୍ରଣା, କାମନା ଚାଲିଯିବ

ଅସ୍ଥିତ୍ୱ କିଛି ରହିବନି

ନିଜର ସତ୍ତା ବି ହଜିଯିବ ।


ଜୀବନ ପଦ୍ମପରି ଫୁଟି

ସର୍ବାଙ୍ଗରେ ପୁଲକ ଖେଳିବ

ପାଣି ପବନ ଆକାଶରେ

ସେ ହିଁ କେବଳ ଦୃଶ୍ୟମାନ ହେବେ

ସେତେବେଳେ ତୁମେ ଆଉ

ତୁମ ଇଛାର ଅଧୀନ ନଥିବ

ଇଛାମୟଙ୍କ ଇଛାରେ ଜୀବନ ଚଳିବ ।


ତୁମେ ହେବ ଅନାସକ୍ତ ଯୋଗୀ

ସମଦୃଷ୍ଟିରେ ସେତେବେଳେ

କାଳଚକ୍ରର ଅନନ୍ତ ଘୁର୍ଣ୍ଣନରେ

ଆଲୋକ ଅନ୍ଧକାର

ଦିନ ରାତି

ପଶୁ, ପକ୍ଷୀ, ମଣିଷ

ଜନ୍ମ ମୃତ୍ୟୁ

ସ୍ୱର୍ଗ ମର୍ତ୍ତ୍ୟ

ସବୁ ଲାଗିବ ସମାନ ସମାନ

ଭିତର ବାହାର କିଛି ନାହିଁ

ସିଏ ଯାହା, ତୁମେ ତାହା

ଖାଲି ଯାହା ଜୀବନ ନଈ ପରି ବହୁଥିବ ।


ମୁକ୍ତି ଆଉ କ’ଣ କି

ମୋକ୍ଷ ଆଉ କ’ଣ

ନିର୍ବାଣ ଆଉ କ’ଣ ?


ସନ୍ଦେହ ମୁକ୍ତ ହେବା, ନିଜକୁ ଚିହ୍ନିଯିବା

ଜୀବନ ଧାରଣର କାରଣ ଜାଣିଯିବା

ଏହି ସବୁ ଦିବ୍ୟ ଅନୁଭବର

ବାସନା ଶୂନ୍ୟ, କାମନା ଶୂନ୍ୟ ଶୂନ୍ୟପଣ ହିଁ

ମୁକ୍ତି, ମୋକ୍ଷ, ନିର୍ବାଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational