STORYMIRROR

Arjuni charan Behera

Inspirational

4  

Arjuni charan Behera

Inspirational

ଶିବ ଷଡ଼ାକ୍ଷର ସ୍ତୁତି

ଶିବ ଷଡ଼ାକ୍ଷର ସ୍ତୁତି

1 min
276

ଓଁକାର ବିନ୍ଦୁ ସଂଯୁକ୍ତ ନମଃ ଶ୍ରୀ ଓଁକାର l

କାମଦ ମୋକ୍ଷଦ ଧ୍ୟେୟ ଯୋଗୀଜନଙ୍କର ll


ନମନ୍ତି ଦେବେ ଗନ୍ଧର୍ବେ ଯକ୍ଷ ରକ୍ଷ ନରେ l

ନମସ୍ତେ ଶ୍ରୀଦେବଦେବ ଈଶ୍ୱର ନକାରେ ll


ମହାଦେବ ହେ ମହେଶ ମହାଧ୍ୟାନ ରୂପ l

ମହା ପାପ ହର ଦେବ ମ କାର ସ୍ୱରୂପ ll


ଶିବ ସତ୍ୟ ସୁନ୍ଦର ହେ ପ୍ରଭୁ ଆଶୁତୋଷ l

ଶାନ୍ତ କାନ୍ତ ଜଗତ୍ ପତି ଶକାର ପ୍ରକାଶ ll


ବାସୁକୀ ଭୂଷଣ ପ୍ରଭୁ ବୃଷଭ ଆରୋହୀ l

ବାକାରାୟ ନମଃ ପ୍ରଭୁ ବାମା ମହାମାୟୀ ll


ଯହିଁ ବିରାଜିତ ସର୍ବ ବ୍ୟାପୀ ମହେଶ୍ୱର l

ୟକାରରୁପୀଙ୍କ ପଦେ କୋଟିଏ ଜୁହାର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational