ବୈଜ୍ଞାନିକ ନିଉଟନ
ବୈଜ୍ଞାନିକ ନିଉଟନ
ବୈଜ୍ଞାନିକ ନିଉଟନ
==========
ଉଦ୍ୟାନ ମଧ୍ୟରେ ବୃକ୍ଷଟିଏ ଥିଲା
ଫଳିଥିଲା ଏକ ଆତ l
ପ୍ରଭଞ୍ଜନ ବଳେ ପାଚିଲା ଫଳଟି
ଭୂମିରେ ହେଲାପତିତ ll
ନିତିପ୍ରତିଦିନ କେତେ ଫଳ ପଡ଼େ
କରେ ନାହିଁ କେହି ଚିନ୍ତା l
ନିଉଟନ କିନ୍ତୁ ଏ ଦୃଶ୍ୟକୁ ଦେଖି
ଘାରିହେଲା ତାଙ୍କ ମଥା ll
ଦିବାନିଶି ଭାବି ଘାରି ହେଉଥିଲେ
ଏ କଥା ଅଟେ କେମନ୍ତ l
ଭାବି ଭାବି ଭାବି ଆବିଷ୍କାର କଲେ
ମହା ଆକର୍ଷଣ ତତ୍ତ୍ୱ ll
ମହା ଆକର୍ଷଣ କି ଶକ୍ତି ଯେ ତାର
ଭାବିଲେ ଲାଗେ ବିସ୍ମିତ l
ଯା ଶକ୍ତିବଳରେ ଟଣା ଟଣି ହୋଇ
ବ୍ରହ୍ମାଣ୍ଡ ରହିଛି ସ୍ଥିତ ll
ସ୍ରଷ୍ଟାଙ୍କ ସୃଷ୍ଟିରେ ଖୁନ୍ଦି ହୋଇ ଅଛି
ଏଭଳି ଅସଂଖ୍ୟ ତତ୍ତ୍ୱ l
ବୁଦବୁଦ ମାତର ଜାଣି ଅଛୁ ଯାହା
ଅଜଣା ଅଛି ବହୁତ ll
ଅନନ୍ତ ଏ ସୃଷ୍ଟି କିଏ ଜାଣି ପାରେ
ଅନନ୍ତ ଏ ବିଶ୍ୱ ବ୍ୟାପ୍ତ l
ଅନନ୍ତଙ୍କ କୃପା ପ୍ରାପ୍ତ ହେଲେ ନର
ବୁଝଇ କିଞ୍ଚିତେ ମାତ୍ର ll
ବିଜ୍ଞାନ ଦିବସେ ଅନୁଚିନ୍ତା ମୋର
ବିଜ୍ଞାନୀ ହୁଅରେ ନର l
ବିଶେଷ ଜ୍ଞାନରେ ଉଦ୍ଭାସିତ ହେଉ
ଏହି ସୁନ୍ଦର ସଂସାର ll
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
