STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପ୍ରକୃତିର କୋପ

ପ୍ରକୃତିର କୋପ

1 min
0

          ପ୍ରକୃତିର କୋପ
         ==========
ଦେଖୁଛତ ସବୁ ପ୍ରକୃତିର କୋପ l 
ସମ୍ଭାଳି ପାରିବ ଅଛି କିଏ ବାପ ll ବିନାବରଷାରେ କୁଳିଶ ବରଷେ l ଗ୍ରୀଷମପଡୁଛି ମାର୍ଗଶିର ମାସେ ll
ବାତ୍ୟା ଭୂମି କମ୍ପ ଦୁର୍ଭିକ୍ଷ ମରୁଡ଼ି l
ମାଡ଼ି ଆସୁଅଛି ଘୋର ନଈବଢ଼ି ll
ବାଦଲ ଫଟେଇ କାହିଁ ବରଷିଲା l ଗ୍ରାମଗଣ୍ଡାମାନ ଜଳେ ବହିଗଲା ll
ଦେଖୁଛ ଚକ୍ଷୁରେ ବିତ୍ପାତ ଏ ସବୁ l ଚେତୁନାହଁକିଆଁ ହେତୁକରି ବାବୁ ll
କାହିଁ କେତେ ନିତି ଇନ୍ଧନଜାଳୁଛ l
ବାୟୁ ପ୍ରଦୂଷଣ  ବଢ଼ାଇ ଚାଲୁଛ ll
ଖଣି କରି ପୃଥ୍ୱୀ ଗର୍ଭ କର ଶୂନ୍ୟ l ବିଚାରନାହିଁ ଯେ ଆସିବ ଦୁର୍ଦ୍ଦିନ ll
ଜଙ୍ଗଲକୁ କାଟି କର ନରେ ପଦା l
ଦୁର୍ଲଭ ବରଷା କର ଯେ ସଉଦା ll
ଫଳ ତା'ର ଭାଇ  ପ୍ରକୃତି ତାଣ୍ଡବ l
ଖାଣ୍ଡବ ପରାୟ ସବୁ ଧ୍ୱଂସହେବ ll ଅକାଳରେ ନିଶ୍ଚେ ଆସିବ ପ୍ରଳୟ l
ସୃଷ୍ଟି ନାଶ ଯିବ ଏ କଥା ଟି ଥୟ ll
ବେଳ ଥାଉଁ ଥାଉଁ  ହୁଅ ହୁସିଆର l
ପ୍ରକୃତି ଉପରେ ନ  କର ପ୍ରହାର ll
ଜନ୍ତୁଙ୍କ କଲ୍ୟାଣେ ସୃଜି ଛନ୍ତି ବିଧି l
ପର୍ବତ,  ନିର୍ଝର, ସରିତ,  ବାରିଧି ll
ପ୍ରକୃତି  ଉପରେ  କରି ସୁ ବିଚାର l
ଆହରଣ କର ହେ ସମ୍ପଦ ତା'ର ll
ନୋହିଲେ ଆସିବ ନିଶ୍ଚୟ ଦୁର୍ଦ୍ଦିନ l
ତହୁଁଖାଲି ବୃଥା ଅରଣ୍ୟ ରୋଦନ ll
            🙏🙏🙏
               ଅର୍ଜୁନୀ
              -----------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational