ଶିଶୁ କବିତା ଶିଶୁ ଦିବସ ଆଜି
ଶିଶୁ କବିତା ଶିଶୁ ଦିବସ ଆଜି
ଶିଶୁ କବିତା
ଶିଶୁ ଦିବସ ଆଜି
==========
ଶିଶୁ ଦିବସ ଆଜିରେ ଭାଇ
ଶିଶୁ ଦିବସ ଆଜି l
ସାରା ବିଶ୍ୱରେ ପାଳିତ ହୁଏ
ଫୁଟି ଆତସବାଜି ll
ଆମରି ପାଇଁ ଦିନ ଟି ଏହି
କରିବା ଆସ ମଜା l
ନାଚିବା ଆସ ଗାଇବା ଆସ
ବଜାଇଢୋଲ ବାଜା ll
ଆମରି ଦେଶେ ଜନମି ଥିଲେ
ଆମ ନେହେରୁ ଅଜା l
କହିଲେ, ଶିଶୁ ହୋଇବ ବଡ଼
ଯଥା ବାଉଁଶ ଗଜା ll
ଶିଶୁଙ୍କୁ କର ଆଦର ଭାଇ
ଶିଶୁଙ୍କୁ କର ଯତ୍ନ l
ଦେଶ ଭବିଷ୍ୟ ଅଟେରେ ଶିଶୁ
ଶିଶୁ ପା ଆମ ରତ୍ନ ll
ଆମେରେ ଶିଶୁ, ଧ୍ରୁବ, ପ୍ରହ୍ଲାଦ
ଆମେ ତ ଅଭିମନ୍ୟୁ l
ଆମେ ଚରକ, ଶୁଶୃତ, ଜାଣ
ଆମେ ତ ଉପମନ୍ୟୁ ll
ବାଳୁତ କାଳେ କରିଲେ କେତେ
ଅସାଧ୍ୟ କାର୍ଯ୍ୟ ସିଦ୍ଧ l
କୋଣାର୍କ ମୁଣ୍ଡି ମାରିଲା ପରା
ବାଳୁତ ଧର୍ମପଦ ll
ସମସ୍ତେ ପୁଣି ଥିବେ ତ ଜାଣି
ବାଜିଆ ବୀର ଗାଥା l
ଦେଶ ପାଇଁ କି ଜୀବନ ଦେଲା
ନଇଁଲା ନାହିଁ ମଥା ll
ଆମେ ତ ଅଟୁ ଭବିଷ୍ୟ ଆମେ
ଆମେ ତ ନାଗରିକ l
ଆମେ ଭବିଷ୍ୟ ଡାକ୍ତର, ଯନ୍ତ୍ରୀ
ମନ୍ତ୍ରୀ ଓ ବୈଜ୍ଞାନିକ ll
ଆସରେ ଭାଇ କରିବା ପଣ
ଭଲ ମଣିଷ ହେବା l
ଭଲ ପଢ଼ିବା ଭଲ ଲେଖିବା
କରିବା ଜନସେବା ll
ଭଲ ସମାଜ ଗଢ଼ିବା ଆମେ
ନରଖି ମନେ ଭୟ l
ଆଜ ଦିବସେ ଏତିକି ହେଉ
ଆମର ମାତ୍ର ଧ୍ୟେୟ ll
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
