Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanaka barddhan Sahu

Inspirational

3.4  

Kanaka barddhan Sahu

Inspirational

ଧନ୍ୟବାଦ ଶଠ ମିତ୍ର

ଧନ୍ୟବାଦ ଶଠ ମିତ୍ର

1 min
244



ଲୋକ ମୁଖରୁ ଶୁଣିଥିଲି

କାଳେ ତୁମେ ଯାହାକର ସବୁ ଠିକ୍

ପୁଣି ସବୁରି ମଙ୍ଗଳ ପାଇଁ,

କାହିଁ ?ତମର ସେଇ ନୀତି ମଧ୍ୟରେ

ତିଳେ ମାତ୍ର ମଙ୍ଗଳର ସୂଚନା ଦିଶୁନାହିଁ

ତଥାପି ତୁମକୁ ଧନ୍ୟବାଦ ।


ତମ ନିକିତିର ଦୁଇ ପଳା 

ଶୁଣୁଛି ,ପ୍ରତିକ୍ଷଣ ବ୍ୟସ୍ତ ରହୁଛନ୍ତି,

ସତ୍ୟ-ଅସତ୍ୟ,ନ୍ୟାୟ-ଅନ୍ୟାୟ ଭଳି

ଅମୂଲ୍ୟ ଦ୍ରବ୍ୟକୁ ତଉଳିବାରେ 

ତା' ପୁଣି ନିର୍ଭୁଲ ଭାବରେ !

କାହିଁ ?ତା ତ ଦେଖାଯାଉନାହିଁ ।

ଅସତ୍ୟ ,ଅନ୍ୟାୟ ,ଅବିଚାରର ପଳା

ସବୁବେଳେ ଭାରି ରହୁଛି

ତଥାପି ତୁମକୁ ଧନ୍ୟବାଦ ।


ତୁମେ ଅଭୟ ଦେବାରେ ଶ୍ରେଷ୍ଠ ?

ତମର ଅଭୟ ବରଦାନ କରୁଥିବା ହାତ

କେତୋଟି ? ଜଣାପଡୁନାହିଁ ।

କିଏ କହେ ଦୁଇ ଚାରି ପୁଣି ଶୂନ୍ୟ 

ସେଇ ସନ୍ଦିଗ୍ଧ ହାତରେ

ବିଧର୍ମୀ, ଅନ୍ୟାୟୀ, ମନ୍ଦବୁଦ୍ଧିଙ୍କୁ

ଯାଚିଦେଉଥିବା ଅଭୟ ପାଇଁ

ତୁମକୁ ଧନ୍ୟବାଦ ।


କହନ୍ତି,କାଳେ ତୁମେ ଶ୍ରେଷ୍ଠ ନ୍ୟାୟାଧୀଶ

ନିଜ ଅଧିନର କର୍ମଚାରୀଙ୍କୁ

ଯୋଗ୍ୟତାନୁସାରେ ପ୍ରାପ୍ୟଦେବାରେ

କେବେ ଭୁଲ ହୁଏନା 

ହେଲେ ଏପରି ହେବାର ତ କେହି ଦେଖି ନାହାନ୍ତି ।

ଅଯୋଗ୍ୟ ହାତରେ ସଭିଙ୍କର

ନିୟନ୍ତ୍ରଣ ଡୋରି ଦେଇଥିବା

ନ୍ୟାୟମୂର୍ତ୍ତିଙ୍କୁ ଧନ୍ୟବାଦ ।


ଶଠ, ଠକ, କ୍ରୁରର 

ଉତ୍ତରୋତ୍ତର ଉନ୍ନତି କରୁଥିବାଶଠମିତ୍ର 

ହୃଦୟରୁ ଧନ୍ୟବାଦ ଧନ୍ୟବାଦ ।।।


Rate this content
Log in

Similar oriya poem from Inspirational