STORYMIRROR

Kanaka barddhan Sahu

Tragedy

4  

Kanaka barddhan Sahu

Tragedy

କି କହିବି ତୋତେ

କି କହିବି ତୋତେ

1 min
142

ସମୟ ଖେଳ କି ଦୁର୍ଭାଗ୍ୟର ବେଳ

ପାରୁନାହିଁ ଆଜି ଜାଣି,

କି କହିବି ତୋତେ ଶୁଣି ପାରିବୁନି

ଅସହ୍ୟ ଦୁଃଖ କାହାଣୀ ।।


ଜୀବନ ସନ୍ଧ୍ୟାରେ ଉପନୀତ ହେଲି 

ଘୋଟିଆସେ ଅନ୍ଧକାର,

ଶରୀର ମୋହର ସାଥି ହେଉନାହିଁ

ସଂଘର୍ଷରେ ବଢ଼ିବାର ।।


ଅପୁରା ପେଟକୁ ଦାନା ଦେବା ପାଇଁ

ଆଜି କେହି ସାହା ନାହିଁ,

ଦେଖି ମୋତେ ଦୁଇ ବୁନ୍ଦା ଲୁହ ଖାଲି

ସଭେଁ ଦିଅନ୍ତି ଗଡ଼ାଇ ।।


ଏ ବିପଣୀ ଆଉ ସରିବ ନାହିଁରେ

ଜୀବ ଥିବା ଯାଏ ମୋର,

ଜାଣିନାହୁଁ ବୋଧେ ମାନବିକତା ତ

ପଳେଇଲା କାହିଁ ଦୂର ।।


ଆଖିକୁ ତ ଆଉ ଦେଖାଯାଉ ନାହିଁ

କାନ ବଧିର ହେଲାଣି,

ତଥାପି ତୋହର ସମାବେଦନାକୁ

ଦେଖି ପାରୁ ଅଛି ଶୁଣି ।।


ଜମାରୁ ଭରସା କରିବୁ ନାହିଁରେ

ମଣିଷ ଜାତିଟା ଆଗେ,

ଖଣ୍ଡ ଖଣ୍ଡ କରି ଝୁମ୍ପି ନେଇ ଯିବେ

ଜୀବନକୁ ତୋର ବେଗେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy