STORYMIRROR

Kanaka barddhan Sahu

Others

5.0  

Kanaka barddhan Sahu

Others

ବିଷରୁ ବହେ ସୁଧା

ବିଷରୁ ବହେ ସୁଧା

1 min
929


ବସୁଧା ସାରା ମୁଁ ବୁଲିଲି ଅନେକ,

ବହିଗଲା କେତେ କୋହ,

ବିଷର୍ଣ୍ଣ ବଦନେ ବିଶ୍ୱଗନ୍ଧା ଭାଷେ-

" ବିଦାର କିପାଁ ମୋ ଦେହ ? " ।୧।


ବକିଦେଇଗଲା ବିରସେ, ଯା ଶୁଣି

ବକ୍ଷ ହେଲା ଶତ ଖଣ୍ଡ,

ବିଚାରିଲି ମନେ ବିଦୁର ନରର

ବେଶ ବଡ଼ ଦୁରୁଦଣ୍ଡ ।୨।


ବାହାର ବେଶ ତ ବଡ଼ ଝଲମଲ

ବିବେକକୁ କରେ ବନ୍ଦୀ,

ବିମୂଢ଼ !ଭିତରେ ବିଷ ସିଞ୍ଚିଦିଏ

ବଢ଼ିବାର ଆଶେ ଛନ୍ଦି ।୩।


ବିଶ୍ୱକୁ ନିରେଖି ବିହଙ୍ଗ ଦୃଷ୍ଟିରେ

ବହ୍ନି ଜନ୍ମାଏ ହିଂସାର,

ବିଗଳିତ ହେବ ବିଗ୍ରହ ନିଜର

ବିଚୂର୍ଣ୍ଣ ଗର୍ବ ହିଁ ସାର ।୪।


ବୋଲନ୍ତି ଜଗତେ ବିଚକ୍ଷଣେ ଜ୍ଞାନେ

ବିଚାରି କରଇ କାର୍ଯ୍ୟ,

ବିଡାଳ ପରି ତ ବୁଦ୍ଧି ପାଞ୍ଚିଅଛି

ବିନ୍ଦୁଏ ନାହିଁ ତ ଧୌର୍ଯ୍ୟ ।୫।


ବଖାଣେ ଆପଣା ବଡ଼ ଭଦ୍ରପଣ

ବୋଧିବାକୁ ଅନ୍ୟ ମନ,

ବର୍ଣ୍ଣ ଏକା ହେଲେ ବେଙ୍ଗି ପିତ୍ତଳ କି

ବୋଲାଏ କେବେ ସୁବର୍ଣ୍ଣ ।୬।


ବିନା ପୀରତିରେ ବାନ୍ଧି କେ ପାରିବ

ବନ୍ଧୁ ର ସେତୁକୁ ଭବେ ?,

ବିନା ମଳୟରେ ବୃକ୍ଷମାନେ କେବେ

ବାସ ଚନ୍ଦନ କି ହେବେ ? ।୭।


ବିକଳରେ ପୃଥ୍ଵୀ ବୋବାଳି ଛାଡ଼ୁଛି

" ବିଶ୍ୱପ୍ରେମ ମନେ ଧର ",

ବିଶ୍ୱମୈତ୍ରୀ ଭାବ ବିସ୍ତାର କରିଲେ

ବିଷୁ ବହେ ସୁଧା ଝର ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍