STORYMIRROR

Kanaka barddhan Sahu

Classics

5.0  

Kanaka barddhan Sahu

Classics

ଖରାପ ତୁ ହେଲୁରେ

ଖରାପ ତୁ ହେଲୁରେ

1 min
14K


କବିସୂର୍ଯ୍ୟ ବଳଦେବ ରଥ


ଖରାପ ତୁ ହେଲୁରେ,

ଖେଳଲୋଳଖଞ୍ଜନାକ୍ଷି କି ସାହସ କଲୁ ରେ । ପଦ ।

ଖର୍ବ ହୋଇ ସୁରତରୁକୁସୁମ ବାଞ୍ଛିଲୁରେ,

ଖେଦ-ବୀଜ ନିଜ ହୃଦ-କେଦାରେ ବିଞ୍ଚିଲୁ ରେ ।।

ଖିଆଲ ପରି କି ଧନ ମନରେ ଭାଳିଲୁ ରେ,

ଖଳିକାର ନୋହି କଳା ନାଗକୁ ଚାଳିଲୁରେ ।।

ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁରେ,

ଖମଣିମଣ୍ଡଳକୁ ତୁ କର ବଢାଇଲୁରେ ।।

ଖାଇ ଦେଇ କି ଅମଳ ଅଚେତ ହୋଇଲୁ ରେ,

ଖାରାଖଣ୍ଡାଧାରା ଖଟ ବିଚାରି ଶୋଇଲୁ ରେ ।।

ଖଟେ ଅଷ୍ଟଦୁର୍ଗନାଥ ତୋ ପାଦେ ପହିଲୁ ରେ,

ଖଣ୍ଟ କରେ ଧନ ଦେଇ ପଦେ ନ କହିଲୁ ରେ ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics