STORYMIRROR

Kanaka barddhan Sahu

Inspirational

3  

Kanaka barddhan Sahu

Inspirational

ବୁଢ଼ା ଫୁଲ

ବୁଢ଼ା ଫୁଲ

1 min
262

ସେଦିନ କଲେଜେ କେତେ ପୁଅଝିଅ 

ଉଠଉ ଥିଲେ କେତେ ଛବି,

ଗୋଟାଏ କ୍ଲିକରେ ସୁନ୍ଦର ଚେହେରା

ମନ ମୋର ହେଲା ଲୋଭୀ ।


ସୁକୋମଳ ପୁଣି ନିର୍ମଳ ହସର 

ଫୁଲକୁ କୁଣ୍ଢେଇ ଧରି,

ନେଇଗଲି ସେଲଫି ଉଦବେଳିତ ମନେ

ତରତରେ ଝଟ୍ କରି ।


ଭାବିଲି ସୁନ୍ଦର ଗୁଣରେ ଶ୍ରେଷ୍ଠ

ହୋଇଥିବ ଏ ନିଶ୍ଚୟ,

ଗୋରା ତକ୍ ତକ୍ ମୁହଁଟା ମୋର

ନାହିଁ ତାର ପଟାନ୍ତର ।


ସେ ଚିତ୍ରପଟରେ ଅନେକ ଫୁଲରେ

ଥିଲା ଏକ ବୁଢ଼ା ଫୁଲ,

କାନରେ ମୋହର କହିଦେଇଗଲା

ମୋ ଚିତ୍ରପଟର ମୂଲ ।


ମୋ ଚିତ୍ରପଟରେ ମୋତେ ଯଦି ଥରେ

ନିରେଖି ପାରନ୍ତି ମୁହିଁ,

ସମସ୍ତଙ୍କଠାରୁ ବହୁତ ସୁନ୍ଦର 

ଦିଶୁଥାନ୍ତି କାଳେ ମୁହିଁ ।


ଯେ ଦିନ ଚିତ୍ରପଟରେ କାଳେ 

ନିଜ ସହ ହେବ ଦେଖା,

ବୁଢା ଫୁଲ କହୁଥିଲା "ସେଦିନ

ଚିତ୍ରପଟ ଦିଶେ ଫିକା" ।


Rate this content
Log in

Similar oriya poem from Inspirational