STORYMIRROR

kahnu charan sahu

Inspirational

3  

kahnu charan sahu

Inspirational

ଗାନ୍ଧୀ ତୁମେ ଫେରିଆସ

ଗାନ୍ଧୀ ତୁମେ ଫେରିଆସ

1 min
393


ଭାରତ ମାତାର ସୁଯୋଗ୍ୟ ସୁପୁତ୍ର ଘେନ ହେ ଆମ ନମନ

ଇତିହାସ ଗାଏ ତବ ଜୟଗୀତିଧରମ ତୁମ ମହାନ ।

ଅହିଂସାର ସ୍ୱାଦ ଚାଖିଲା ଭାରତ ସ୍ୱାଧୀନ ହୋଇଲା ଦେଶ....

ଗାନ୍ଧୀ ତୁମେ ଫେରିଆସ ଗାନ୍ଧୀ ତୁମେ ଫେରିଆସ ।

ଜାତିର ଜନକ ଭାରତ ନାୟକଦେଖିଯାଅ ଥରେ ଆସି

ଅଧର୍ମର ଧ୍ଵଜା ଉଡିଲା ଗଗନେ ନିର୍ଦ୍ଦୋଷ ପାଏ ହେ ଫାଶୀ ।

ତୁମେ ଗଲା ପରେ ରାମରାଜ୍ୟ ଗଲା ଅନ୍ୟାୟେ ଭରିଲା ଦେଶ....

ଗାନ୍ଧୀ ତୁମେ ଫେରିଆସ ଗାନ୍ଧୀ ତୁମେ ଫେରିଆସ ।

ପାପୀ ଅତ୍ୟାଚାରେ ଦେଶଜାତି ଥରେ ଶାନ୍ତି ତ ଯାଇଛି ହଜି

କାମନ୍ଧର ଠାରେ ନାରୀର ସମ୍ମାନ ରକତେ ଯାଇଛି ଭିଜି ।ଆସ ହେ ମହାତ୍ମା ସତ୍ୟର ସ୍ପନ୍ଦନେ ଅପେକ୍ଷା କରିଛି ଦେଶ...

ଗାନ୍ଧୀ ତୁମେ ଫେରିଆସ ଗାନ୍ଧୀ ତୁମେ ଫେରିଆସ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational