STORYMIRROR

Ajit Kumar Raut

Inspirational

5  

Ajit Kumar Raut

Inspirational

ଦିଗନ୍ତର ଯାତ୍ରା ପଥେ

ଦିଗନ୍ତର ଯାତ୍ରା ପଥେ

1 min
491

ମନରେ ଉଦବେଗ ହୃଦୟ ଆତୁର

  ଯିବି ମୁଁ ପ୍ରଭୁ ଦର୍ଶନେ,

ଦିଗନ୍ତର ଯାତ୍ରା ପଥେ ଯିବି ମୁହିଁ

  ଉତ୍ସାହିତ ଅତି ମନେ।


ଦେଖିବି କାଳିଆ ଶ୍ରୀକ୍ଷେତ୍ରେରେ ଯାଇ

  ପୂଜିବି ଜଗତ ନାଥେ,

ବଙ୍ଗ ସାଗରରେ ସ୍ନାହନ କରିବି

  ଚିତ ସ୍ଥିର ହେବ ପଥେ।


ନୈବେଦ୍ୟ ଦେଇଣ ପୂଜିବି କାଳିଆ

  ପୂଜିବି ମୁଁ ବଳଭଦ୍ରେ,

ଦେବୀ ସୁଭଦ୍ରାଙ୍କ ପୂଜା ମୁଁ କରିବି

  ଭକ୍ତିଭାବ ରଖି ହୃଦେ।


ଦିଗନ୍ତର ଯାତ୍ରା ପଥେ ଗତି ମୋର

  ଅଯୋଧ୍ୟା ଧାମକୁ ଯିବି,

ସୀତାରାମଙ୍କର ଦର୍ଶନ କରିଣ 

  ପୂରଣ ଆଶା କରିବି।


ଭବ୍ୟ ମନ୍ଦିର ମୁଁ ଦର୍ଶନ କରିବି

  ଦେଖିବି ନିର୍ମାଣ ତହିଁ,

ମନ ଅଭିଳାଷ ପୂରଣ କରିବି

  କରିବି ଦର୍ଶନ ତହିଁ।


ଭକ୍ତ ହନୁମନ୍ତେ ଦର୍ଶନ କରିଣ

  ଯିବି ମୁହିଁ କାଶୀ ଧାମ

ମହାଦେବଙ୍କୁ ମୁଁ ଦର୍ଶନ କରିବି

  ଦେଖିବି ତାଙ୍କରି ଧାମ।


ପବିତ୍ର ଗଙ୍ଗାରେ ସ୍ନାହନ କରିଣ

  କରିବି ପବିତ୍ର ମନ,

ଭକ୍ତି ଭାବ ମନେ ଗଙ୍ଗା ମୁଁ ପୂଜିବି

  ମୋ ପାପ ହେବ ଖଣ୍ଡନ।


ସେ ଠାବରୁ ଯିବି ବୃନ୍ଦାବନକୁ ମୁଁ

  କାହ୍ନାର ଦର୍ଶନ ପାଇଁ,

ମନପ୍ରାଣ ତହିଁ ଅର୍ପଣ କରିବି

  ତାଙ୍କରି ଦର୍ଶନ ପାଇଁ।


ନାନାଦି ନୈବେଦ୍ୟ ଦେଇଣ ପୂଜିବି

  ରାଧାକୃଷ୍ଣ ପଦତଳେ,

ଦୟାନିଧି ସେହୁ ଦୟା ହିଁ କରିବେ

  ପୂଜିବି ପଦ ଯୁଗଳେ।


ବୃଦ୍ଧ ବୟସରେ ଆତୁରିତ ମନ

  କଷ୍ଟ ଦେଉ ଅଛି ହୃଦେ,

ପ୍ରଭୁଙ୍କ ଦର୍ଶନେ ଉଦବେଗ ମନ

  ଗୁଞ୍ଜୁ ଅଛି ମୋର ହୃଦେ।


ପୂର୍ଣ୍ଣ କର ପ୍ରଭୁ ଜଗତ ଠାକୁର

  ମନଇଚ୍ଛା ପୂର୍ଣ୍ଣ କର,

ଦିଗନ୍ତର ଯାତ୍ରା ପୂର୍ଣ୍ଣ କର ପ୍ରଭୁ

  ଆଶିର୍ବାଦ ମତେ କର।


କୃପାସିନ୍ଧୁ ପ୍ରଭୁ ପୂର୍ଣ୍ଣ ହିଁ କରିବେ

 ଭକ୍ତଙ୍କର ନାଥ ସେହୁ,

ମାରକ ତାରକ ପ୍ରଭୁ ଜଗନ୍ନାଥ

 ତାଙ୍କରି ହାତରେ ସେହୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational