STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ବୟସର ଆୟୁଷ

ବୟସର ଆୟୁଷ

1 min
261


ଥରେ ପି ଯା ରେ ହରି ରସ

କେତେ ଦେଖୁଛୁ ତୁ ବୟସ

ବିତି ଯାଏ କେତେ ଦିନ

ତଥାପି ଦେଖୁଛୁ ସପନ

ଅଢେଇ ଦିନ ମଣିଷ ଜୀବନ

ଦିନେ ହୋଇଛୁ ଜନମ ଦିନେ ହେବ ମରଣ

ସବୁ ରସ ତୁହି ପିଇଲୁ ନୀତି

ବିଷୟା ବିଷରେ ରହିଛି ତୋ ମତି

କାମିନୀ କାଞ୍ଚନ ମୋହରେ ରହିଲୁ

ତୋ ବୟସ ବିତି ଯାଏ ତୁହି ଭୁଲିଲୁ

ମୋହ ନିଦ୍ରା ରେ କେତେ ଦିନ ଶୋଇବୁ

ଜ୍ଞାନ ନେତ୍ର କେବେ ତୋର ଖୋଲିବୁ

ବାଲ୍ୟ କାଳ ତୋର ବିତି ଗଲା

ଯୌବନ ତୋର ଅମୋଦ ପ୍ରମୋଦେ

କଟିଲା

ବୃଦ୍ଧ କାଳରେ କେତେ କଷ୍ଟ ଭୋଗିଲୁ

ରୋଗ ବ୍ୟାଧି ରେ ନୀତି ଦିନ ସାରିଲୁ

କେତେ ଦିନ ଆଉ ବନ୍ଧନରେ ରହିବୁ

କେବେ ତୁହି ନାମାମୃତ କୁ ପାନ

 କରିବୁ

ମଣିଷ ଜନ୍ମ ତୋର ବ୍ୟର୍ଥ ହୋଇ ଯିବ

ଯେବେ ଗୋବିନ୍ଦେ ତୋର ଭାବ ନ ଆସିବ

ଚାଲି ଯାଉଛି ରେ ଏ ବୟସେ ଆୟୁଷ ତୋର

ସବୁ ଛାଡି ହରି ନାମ କୁ ଗଣ୍ଠି ଧନ ତୁହି କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational