ବୟସର ଆୟୁଷ
ବୟସର ଆୟୁଷ


ଥରେ ପି ଯା ରେ ହରି ରସ
କେତେ ଦେଖୁଛୁ ତୁ ବୟସ
ବିତି ଯାଏ କେତେ ଦିନ
ତଥାପି ଦେଖୁଛୁ ସପନ
ଅଢେଇ ଦିନ ମଣିଷ ଜୀବନ
ଦିନେ ହୋଇଛୁ ଜନମ ଦିନେ ହେବ ମରଣ
ସବୁ ରସ ତୁହି ପିଇଲୁ ନୀତି
ବିଷୟା ବିଷରେ ରହିଛି ତୋ ମତି
କାମିନୀ କାଞ୍ଚନ ମୋହରେ ରହିଲୁ
ତୋ ବୟସ ବିତି ଯାଏ ତୁହି ଭୁଲିଲୁ
ମୋହ ନିଦ୍ରା ରେ କେତେ ଦିନ ଶୋଇବୁ
ଜ୍ଞାନ ନେତ୍ର କେବେ ତୋର ଖୋଲିବୁ
ବାଲ୍ୟ କାଳ ତୋର ବିତି ଗଲା
ଯୌବନ ତୋର ଅମୋଦ ପ୍ରମୋଦେ
କଟିଲା
ବୃଦ୍ଧ କାଳରେ କେତେ କଷ୍ଟ ଭୋଗିଲୁ
ରୋଗ ବ୍ୟାଧି ରେ ନୀତି ଦିନ ସାରିଲୁ
କେତେ ଦିନ ଆଉ ବନ୍ଧନରେ ରହିବୁ
କେବେ ତୁହି ନାମାମୃତ କୁ ପାନ
କରିବୁ
ମଣିଷ ଜନ୍ମ ତୋର ବ୍ୟର୍ଥ ହୋଇ ଯିବ
ଯେବେ ଗୋବିନ୍ଦେ ତୋର ଭାବ ନ ଆସିବ
ଚାଲି ଯାଉଛି ରେ ଏ ବୟସେ ଆୟୁଷ ତୋର
ସବୁ ଛାଡି ହରି ନାମ କୁ ଗଣ୍ଠି ଧନ ତୁହି କର ।