STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଶାରଦୀୟ ଦୁର୍ଗାପୂଜା

ଶାରଦୀୟ ଦୁର୍ଗାପୂଜା

1 min
8

 ଅଶିଣ ର ଫୁଲେ ଫୁଲେ ମା ମୋର ଆସିଛି
 ଶାରଦୀୟ ଦୁର୍ଗା ପୂଜା ମା ପାଇଁ ହୋଇଛି
 ହେ ମା ......ମା .....ହେ ମା......
 
ଘର ମୋର ବସି ଯାଏ ଚନ୍ଦନ କର୍ପୁର ରେ
 ନୂଆ ନୂଆ ଲାଗେ ମୋତେ ସାରା ଦୁନିଆ ରେ
 ଘଙ୍ଗୁର ର ତାଳେ ତାଳେ ମା ମୋର ଆସିଛି
 ନାଲି ଶାଢ଼ୀ ପିନ୍ଧି ସେ ତ ପୂଜା ମଣ୍ଡପେ ବସିଛି
 ହେ ମା .....ମା...ହେ ମା.......
 
ମାଆ ରୂପ ଦେଖିବାକୁ ଝୁରୁ ଅଛି ଅନ୍ତରେ
 ମାଆ ନାମ ଡାକୁ ଅଛି ଆକୁଳ ସ୍ୱର ରେ
 ଭକ୍ତ ଦୁଃଖ ବୁଝି ବାକୁ ମା ମୋର ଆସିଛି
 ରୁଣୁ ଝୁଣୁ ଶବଦ ରେ ମା ମୋର ଡାକୁଛି
 ହେ ମା.....ମା.... ହେ ମା


Rate this content
Log in

Similar oriya poem from Inspirational