STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ମୋ ଉତ୍କଳ ଭୂଇଁ

ମୋ ଉତ୍କଳ ଭୂଇଁ

1 min
24

 ଯେଉଁଠି ଜନ୍ମ ଲଭିଛି ମୁଁହି
 ସେଇ ମୋ ପ୍ରିୟ ଉତ୍କଳ ଭୁଇଁ
 ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଏଇଠି
 ଆମ ସଂସ୍କୃତି କଳା ବିଖ୍ୟାତ ସବୁଠି
 ଆମ ଓଡ଼ିଆ ଭାଷା ପ୍ରିୟ ଆମର
 କେଡେ ମିଠା କଥା କହି ଯାଏ ନିରନ୍ତର
ମନ୍ଦିର ଯେଉଁଠି କଥା କୁହେ ଆମର
 ତାର କାରୁକାର୍ଯ୍ୟ କୁ ବିଶ୍ବ କୁହେ ସୁନ୍ଦର
 ବାର ମାସରେ ଏଇଠି ହୁଏ ତେର ଯାତରା
 ଓଡ଼ିଶୀ ଛାନ୍ଦ ଚମ୍ପୁ ସବୁ ତାର ନିଆରା
 ଶିଳ୍ପୀ କେବେ ବାଲି ରେ ଆଙ୍କେ କଳା କୁ
 ପଥର ଖୋଦେଇ ଦର୍ଶାଇ ଦିଏ ମହାନତା କୁ
କୋଣାର୍କ ଯାହାର ପ୍ରାଚୀନ କୀର୍ତ୍ତି ଦେଖାଏ
 ଆମ ସଂସ୍କୃତି କୁ ସାରା ବିଶ୍ଵ କୁ ଜଣାଏ
ପୋଥି ପୁରାଣ ଯାହାର ଧର୍ମ କୁ କରେ ପ୍ରଚାର
ଆମ ଲୋକ କଳା ଗୌରବ ହୁଏ ଆମର
 ସାହିତ୍ୟ ସର୍ଜନା ପାଇଁ କବି ଯୁଗେ ଯୁଗେ ପୂଜିତ
 ଭାଷା ପାଇଁ ଆମେ ଦିନେ ହେଲୁ ଜାଗ୍ରତ
ମୋ ଉତ୍କଳ ଭୂଖଣ୍ଡ କୁ ମହାନଦୀ କରେ ପବିତ୍ର
 ମୋ ଜନ୍ମ ଭୂମି ସବୁଠୁ ନିଜର ଗୁଣ ଗାଏ ସର୍ବତ୍ର
 ସୂର୍ଣ୍ଣ ଭୂମି ବୀର ଭୂମି ଯାହାର କେବେ ତୁଳନା ନାହିଁ
 ଶାନ୍ତି ମୈତ୍ରୀ ଏକତା ରେ ବନ୍ଧା ମୋ ଉତ୍କଳ ଭୁଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational