STORYMIRROR

#all in one adii

Inspirational

5  

#all in one adii

Inspirational

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
372

ହେ ବିଦ୍ୟାର୍ଥି ! ଅଙ୍ଗେ ଚପଳତା ତୁମ।

ଅଟେ ତନମନ ଲାବଣ୍ୟପିତୁଳା ସମ।।


ଶିକ୍ଷା ଯାହା ସର୍ବବନ୍ଧୁ ମୁକ୍ତି ପ୍ରଦାୟକ।

ଅଧ୍ୟୟନରତ ତୁମେ ଦେଶ ସୁଧାରକ।।


ଚିତ୍ତରେ ବିରାଜୁ ଆତ୍ମ ସଂଯମତା ଗୁଣ।

ନିତ୍ୟ ବିଧିଗୁଣ ବାବୁ କରହେ ଧାରଣ।।


ସ୍ନାନାଶନ ଧ୍ୟାନ ଅଧ୍ୟୟନ ଗୃହ ତ୍ୟାଗ।

ବର୍ଜି ଦେହ ସୁଖ ଲୟ ରଖ ତୁହେ ଯୋଗ।।


ଗରିୟାନ୍ ଗରୀୟସୀ ପିତା ମାତା ତବ।

ନିର୍ଦ୍ଦେଶ ତାଙ୍କ ସର୍ବଦା ପାଳି ସୁଖୀ ହେବ।।


ଯା'ର ଅନ୍ନ ଜଳେ ପରିପୁଷ୍ଟ ଏ ଶରୀର।

ତା'ର ସେବା ବ୍ରତ ହେଉ ଭାବିବ ଅନ୍ତର।।


ସତ୍ବ ଗୁଣଟିକୁ ଗଣ୍ଠି କର ଗଣ୍ଠିଧନ।

ତା'ଯୋଗେ ବଢାଅ ଯଶ ଆଉ ସନମାନ।।


ବଡ ଲୋକ ହେବା ବାବୁ କଠିନ ନୁହଁଇ।

ଭଲ ଲୋକ ହେଲେ ତା'କୁ ଜଗତ ପୂଜଇ।।


ସାରା ବସୁଧାକୁ ନିଜ କୁଟୁମ୍ବ ବିଚାରି।

ସର୍ବେ ସନ୍ତୁ ସୁଖୀ ଭାବ ରହୁଟି ତୁମରି।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Inspirational