STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational

ବିରାଡି ବୈଷ୍ଣବ

ବିରାଡି ବୈଷ୍ଣବ

1 min
242


ଗଭୀର ନଈରେ ଘର କରି ତୁମେ

   କୁମ୍ଭୀର ସାଙ୍ଗରେ ବାଦ ।

କୁମ୍ଭୀରର ବଳ ତରଙ୍ଗିଣୀ ଜାଣେ

   ପାଇ ନାହିଁ କେହି ଭେଦ ।।

ଶୃଗାଳ ଚାହିଁଛି ସିଂହାସନ ପାଇଁ

    ହେବ ଜଙ୍ଗଲର ରାଜା ।

ଭଲ୍ଲୁକର ଇଛା ମନ୍ତ୍ରୀ ପଦ ପାଇ

    ଖାଇବ ପଣସ ଖଜା ।।

ବିରାଡ଼ି କହୁଛି ଖାଉନି ଆମିଷ

   ବୈଷ୍ଣବ ଧର୍ମେ ଦୀକ୍ଷିତ ।

ଢାମଣା ସାପଟି ପ୍ରତାପ ଦେଖାଏ

   ସତେ ନାଗ କୂଳେ ଜାତ ।।

ଘୁଷୁରୀ ପ୍ରକୃତି ପଙ୍କରେ ଲୋଟିବା

      ମଇଳା ଖାଇବା କର୍ମ ।

ଗଙ୍ଗାରେ ଗାଧୋଇ ଗୋରସ ପିଇଲେ

      ବଦଳିବ କି ତା ଧର୍ମ ।।

ଛାଗ ଗୋଡେ କିବା ବେଙ୍ଗଳା ପଡିବ

      ଅମଳ ହୋଇବ ଧାନ ।

ମାଙ୍କଡ଼ କି ଜାଣେ ଶାଳଗ୍ରାମ ମୂଲ୍ୟ

    ନାହିଁ ଯାହା ପାଖେ ଜ୍ଞାନ ।।

ବିଛା ଧରିବାର ମନ୍ତ୍ର ଜଣା ନାହିଁ

     ଅହିରାଜ ସଂଗେ ବାଦ

କାକ କୂଳେ ଜାତ କୋକିଳ କହିଲେ

    କଳଙ୍କ ବୋଳିବ ଶବ୍ଦ ।।

ଦଲାଲ କହୁଛି ତୋଟାର ମାଲିକ

    ପତର ଗୋଟାଳି ଦେଖି

ପତର ଗୋଟାଳି ତୋଟା ମୂଲ କରେ

     ଝୁଡ଼ି ଝାଡୁ ପଛେ ରଖି ।।

ସ୍ରଷ୍ଟାର ସୃଷ୍ଟିରେ ପ୍ରକୃତି କୋଳରେ

      ଜନମ ଲଭନ୍ତି ସର୍ବେ ।

କର୍ମରୁ ଅଧିକ ଆଶା ଯେ କରଇ

   ନର୍କ ଦଣ୍ଡ ସେହି ଭୋଗେ ।।

ଅଙ୍ଗ ଭଙ୍ଗୀ କରି ଢଙ୍ଗ ଦେଖେଇଲେ

       ଛଳନା ଧରା ପଡିବ ।

ପ୍ରକୃତ ବେଳରେ ପ୍ରକୃତି ଜାଗିଲେ

       ପରିଚୟ ମିଳିଯିବ ।।

ଶଗଡ଼ ଗାଡ଼ିଟି କେମିତି ଗଡୁଛି

     ଯେଉଁ ଜନ ଜାଣିନାହିଁ ।

ରେଲଗାଡି ଚକେ ପଙ୍କଚର ଖୋଜୁଛି

    ହ୍ୟାଣ୍ଡ ପମ୍ପ ସଙ୍ଗେ ନେଇ ।।

ପିମ୍ପୁଡି ଚଢିଛି ରୂଖା ଉପରକୁ

    ଭାବଇ ସ୍ଵର୍ଗରେ ଅଛି ।

ଜଣା ନାହିଁ ତାକୁ ସ୍ୱର୍ଗର ଉଚ୍ଚତା

     ରୂଖା ତା'ର ସବୁ କିଛି ।।

ଚାଷୀ ଚାଷ କ୍ଷେତେ ମୂଷାଙ୍କର ନାଟ

      ଭାବନ୍ତି ନିଜେ ମାଲିକ ।

ଜଣା ନାହିଁ ଚାଷୀ ବିରାଡି ପୋଷିଛି

      ବୁଡିଯିବ ତାଙ୍କ ଭେକ ।।

ମାଣ୍ଡିଆ ଲୋଭରେ ଦାଣ୍ଡିଆ ଖେଳିଲେ

      ଦଣ୍ଡିତ ହୋଇବ ଦିନେ ।

ଭେକ ବୁଡ଼ିଯିବ ଦୁଖଃ ଶୋକ ଭୋଗି

       କାନ୍ଦୁଥିବ ସବୁଦିନେ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational