STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy Others

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
18

ଆସିଗଲା ଏବେ ପତିବ୍ରତା ବ୍ରତ

   ସାବିତ୍ରୀ କରିବେ ଓଷା

ବଜାର ଭାଉକୁ ସାବିତ୍ରୀ ଚଢ଼ାଉ

  ସତ୍ୟବାନ ମୁଣ୍ଡ ବଥା ।୧।


ହୃଦୟରେ ଭକ୍ତି ଥାଉ ବା ନଥାଉ

  ସଧବା କରିବେ ପୂଜା

ଅଭାବ ବୋଝକୁ ମୁଣ୍ଡେଇ ସତିଆ

  ଭୋଗିବ ନିଅଣ୍ଟ ସଜା ।୨।

 

ସତ ସତ୍ୟବାନ ସତୀ ସାବିତ୍ରୀଙ୍କ

  ପୌରାଣିକ କୀର୍ତ୍ତି ଗାଥା 

କଳିରେ ସାବିତ୍ରୀ ପାଳନ କରନ୍ତି

   ନାହିଁ ସତ୍ୟବାନ ଚିନ୍ତା ।୩।


ସ୍ୱାମୀଙ୍କ ଜୀବନ ରକ୍ଷା କରିବାକୁ

  ସାବିତ୍ରୀଙ୍କ ସତ୍ୟ ନିଷ୍ଠା 

ସଂଯମ ଚିତ୍ତରେ ବ୍ରତ କରିଥିଲେ

  ଉପବାସେ କରି କାଷ୍ଠା ।୪।


ଅମାବାସ୍ୟା ତିଥି ସେ କାଳରାତ୍ରୀରେ

   ଯମଙ୍କୁ ବାକ୍ୟରେ ଜିଣି  

ବର ଲଭିଥିଲେ ସତ୍ୟବାନ ପ୍ରାଣ 

   ସତୀସ୍ୱାଧି ଶିରୋମଣି ।୫।


କଳିରେ ସାବିତ୍ରୀ ସତ୍ୟବାନ ମଧ୍ୟେ

  ବ୍ରତ ପାଇଁ ବାଦୀ ପାଲା 

ଓଷା କରିବାର ଦିନକ ପୂର୍ବରୁ

  ଭାରି ସାବିତ୍ରୀଙ୍କ ପଲା ।୬।


ସ୍ୱାମୀଙ୍କ ଦକ୍ଷତା ଆର୍ଥିକ କ୍ଷମତା

   ସାବିତ୍ରୀ ଜାଣି ଅଜଣା

ପୂଜା କରିବା ତା ଏକମାତ୍ର ଲକ୍ଷ୍ୟ  

  ଲୋଡ଼ା ତା ଶାଢ଼ୀ ଗହଣା ।୭।


ପତିବ୍ରତା ପଣ ପୂଜା ସାମଗ୍ରୀରେ

  ସ୍ୱାମୀ ପ୍ରାଣ ମୂଲ୍ୟହୀନ 

ଶାଢ଼ୀ ସୁନା ଚୁଡି ଉପଢୌକନେ

   ଡୁବି ରହିଥାଏ ମନ ।୮।


ପ୍ରଥମରେ ଲୋଡ଼ା ନୂଆ ପାଟ ଶାଢ଼ୀ

   ହାତକୁ କନକ ଚୁଡି 

କର୍ଣ୍ଣକୁ କୁଣ୍ଡଳ ଗଳା ପାଇଁ ହାର

  ପୂଜାପାଇଁ ଥା'ନ୍ତି ଲୋଡି ।୯।


ପଣସ କଦଳୀ ଆମ୍ବ ଲିଚୁକୋଳି

   ନଡ଼ିଆ ସେଓ ଅଙ୍ଗୁର 

କ୍ଷୀର ଛେନା ଘିଅ ମିଠା ରସାବଳୀ

   ଭୋଗ ପାଇଁ ଦରକାର ।୧୦।


ଉପବାସ ରହି ପେଟ ପୂଜା ପାଇଁ

   ଲୋଡ଼ା ହୁଏ ଲସି ଦହି 

ସତ୍ୟବାନମାନେ ଲାଗି ପଡ଼ିଥାନ୍ତି

  ସାବିତ୍ରୀଙ୍କ ଗ୍ରାସ ପାଇଁ ।୧୧।


କଳି ସତ୍ୟବାନ ସାବିତ୍ରୀ ସତୀଙ୍କ

   ସତେ ଅବା କ୍ରୀତଦାସ 

ବିନା ହୁକୁମରେ କିଛି ବି କରିଲେ

   ସାବିତ୍ରୀ କରନ୍ତି ରୋଷ ।୧୨।


ସତ୍ୟବାନ ମଧ୍ୟ ଛୋଟିଆ ନୁହନ୍ତି

  ଆନ ସାବିତ୍ରୀରେ ମନ 

ନିଜ ସାବିତ୍ରୀଙ୍କୁ ହେୟଜ୍ଞାନ କରି

  ଅନ୍ୟଆଡ଼େ ଥାଏ ଧ୍ୟାନ ।୧୩।


କଳିରେ ସାବିତ୍ରୀ ସତ୍ୟବାନ ପାଇଁ

    ଏହି ବ୍ରତ ପରମ୍ପରା

ପୁରାଣ ସାବିତ୍ରୀ ସତ୍ୟବାନ କଥା

  ଭାବିଲେ ଲାଗେ ନିଆରା ।୧୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy