STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ମାଆ ମୋ ଆସୁଛି

ମାଆ ମୋ ଆସୁଛି

1 min
181

 


ଦଶ ଭୂଜା ଧାରୀ ଦୂର୍ଗତୀନାଶିନୀ

ମାଆ ଆସୁଅଛି ମରତେ

ଦୁଃଖ ବିନାଷିବ ଧରଣୀ କମ୍ପିବ

ହସ ଖେଳାଇବ ଜଗତେ ।।


ଆକାଶେ ଚାନ୍ଦିନୀ ଶୀତଳତା ଭରେ

ଶେଫାଳି ରହିଛି ଚାହିଁ

ମହ ମହ ହୋଇ ମହକେ ଧରଣୀ

ମାଆ ମୋ ଆସିବା ପାଇଁ ।।


 କାଶତଣ୍ଡି ହସ ସୂଣ୍ଣଭୀକିରଣେ

  ଧରଣୀ ବକ୍ଷରେ ଭରେ

 ନବବଧୂଟିର ଅଳସ ଛାଡେନି

  ଗୃହ ସଜ୍ଜାସଜି କରେ।।


  ମାଳତୀ ଦେହରେ ମାଦକତା ପୁଣି

ଜହ୍ନି ଫୁଲ ଦେହ ଅନ୍ଧାର ଦେହେ

ସରସୀ ବକ୍ଷରେ କୁମୁଦ ପ୍ରତୀକ୍ଷା

ଶାରଦୀୟ ସଂଧ୍ୟା ମନକୁ ମୋହେ ।।

  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍