ମାଆ ମୋ ଆସୁଛି
ମାଆ ମୋ ଆସୁଛି
1 min
179
ଦଶ ଭୂଜା ଧାରୀ ଦୂର୍ଗତୀନାଶିନୀ
ମାଆ ଆସୁଅଛି ମରତେ
ଦୁଃଖ ବିନାଷିବ ଧରଣୀ କମ୍ପିବ
ହସ ଖେଳାଇବ ଜଗତେ ।।
ଆକାଶେ ଚାନ୍ଦିନୀ ଶୀତଳତା ଭରେ
ଶେଫାଳି ରହିଛି ଚାହିଁ
ମହ ମହ ହୋଇ ମହକେ ଧରଣୀ
ମାଆ ମୋ ଆସିବା ପାଇଁ ।।
କାଶତଣ୍ଡି ହସ ସୂଣ୍ଣଭୀକିରଣେ
ଧରଣୀ ବକ୍ଷରେ ଭରେ
ନବବଧୂଟିର ଅଳସ ଛାଡେନି
ଗୃହ ସଜ୍ଜାସଜି କରେ।।
ମାଳତୀ ଦେହରେ ମାଦକତା ପୁଣି
ଜହ୍ନି ଫୁଲ ଦେହ ଅନ୍ଧାର ଦେହେ
ସରସୀ ବକ୍ଷରେ କୁମୁଦ ପ୍ରତୀକ୍ଷା
ଶାରଦୀୟ ସଂଧ୍ୟା ମନକୁ ମୋହେ ।।
