STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

ସ୍ୱାର୍ଥ ସମ୍ପର୍କ

ସ୍ୱାର୍ଥ ସମ୍ପର୍କ

1 min
311

ସମ୍ପର୍କ ତଉଲି ସ୍ୱାର୍ଥ ତରାଜୁରେ

   ସ୍ୱାର୍ଥାନ୍ଧ ମଣିଷ ଜାତି

ସ୍ୱାର୍ଥ ପାଇଁ କରେ ସମ୍ପର୍କର ହତ୍ୟା

   ହିଂସା ଅହଙ୍କାରେ ମାତି ॥୧

   

ବିନା ସ୍ୱାର୍ଥେ କେହି କାହାର ବି ନୁହେଁ 

   ସ୍ଵାର୍ଥରେ ଚାଲେ ସଂସାର

ସ୍ୱାର୍ଥ ଥିବାଯାଏ ସର୍ବେ ଆପଣାର

   ସରିଗଲେ ସାତପର ॥୨

    

ଜୀବନ ସଂଗ୍ରାମେ ଲଢ଼ିବା ବେଳରେ

   ସାଥ ଦିଅନ୍ତିନି କେହି

ବିପଦ ସମୟେ  ପାଖରୁ ପଳାନ୍ତି

  ଆହା ପଦେ କହିଦେଇ ॥୩

    

ବଞ୍ଚିବାକୁ ହେଲେ ଜୀବନ ଯୁଦ୍ଧରେ

   ଏକାକୀ ଲଢ଼ିବା ଶିଖ 

ସତ୍ୟ ପଥେ ରହି ହାରିଗଲେ ମଧ୍ୟ

 ଲାଗିବନି କେବେ ଦୁଃଖ ॥୪



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational