STORYMIRROR

ମୁକ୍ତିରାଣୀ ଦେବତା

Inspirational

3  

ମୁକ୍ତିରାଣୀ ଦେବତା

Inspirational

ଦାଦନ ଶ୍ରମିକ

ଦାଦନ ଶ୍ରମିକ

1 min
283

ଖଟିଖଟି ହେଲୁ କଙ୍କାଳ ପରି 

ଆଖିର ଲୁହକୁ ଓଠରେ ମାରି 

ରକତ ନିଗାଡି କରୁଛୁ ଶ୍ରମ 

ଦାଦନ ଶ୍ରମିକ ଆମରି ନାମ ।।


ଗାଁ ମାଟି ସାତ ସପନ ହେଲା 

ପରିବାର ସୁଖ ଚୁଲିକି ଗଲା

ବାପାଙ୍କ ଗାଳିକୁ ଖୋଜୁଛି ମନ

ବଞ୍ଚିବା ପାଇଁକି ଲୋଡା ଯେ ଧନ ।।


ଜନମ ମାଟିରୁ ହୋଇଲୁ ପର

ଅଜଣା ରାଇଜେ କରିଲୁ ଘର

ସ୍ତ୍ରୀ ଛୁଆ ମୁହଁ ହେଉନି ଦେଖି

ମାଆ ହାତରନ୍ଧା ପାରୁନୁ ଚାଖି ।।


ସରକାର ଯଦି ଅଯୋଗ୍ୟ ହୁଏ

ରାଇଜ ଦୁଃଖକୁ ବୁଝିବ କିଏ 

ଯୋଜନାର ଫର୍ଦ୍ଦ ସରୁନି ଏଠି 

ଆମେରେ ଗରିବ ଖଟୁଛୁ ବେଠି ।।


କରୋନା କାଳରେ ପାଇଲୁ କଷ୍ଟ

ଜୀବନଟା ଆମ ହୋଇଲା ନଷ୍ଟ 

ପୋକମାଛି ପରି ମରିଲୁ ଆମେ 

ଆସିଲୁନି କେବେ କାହାରି କାମେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational