ଆହେ କୈଳାସ ପତି
ଆହେ କୈଳାସ ପତି
କୈଳାସ ପତି ହେ, ଦୁଃଖେ ମୁଁ ଅତି ହେ,
ଦେଖି ଆଶୁତୋଷେ ଶିଥିଳ ମତି,
ବୈରାଗୁ ସଂସାରୀ, ପ୍ରାଣେ ଯାର ଗୌରୀ,
ମଣେ ଭକ୍ତ ଆଜି କପଟେ ଅତି ।
କେତେ କାଳୁ ତପେ, ଜପୁଛ ବିଷ୍ଣୁଙ୍କୁ,
ଏବେ କି ମିଳିଲା କପଟ ବର
ତମେ ଥିଲ ବୋଲି, ଗରିବ ଟେ ଥିଲା,
ତୋଷ କରେ ଢାଳି ଟୋପାଏ କ୍ଷୀର ।
ସେଥିପାଇଁ ଭକ୍ତ ଆଶୁତୋଷ ନାମେ,
ଭରସାରେ ବାହେ ସଂସାରେ ନାଆ,
କେମିତି ଚାଲିବ ଗରିବର ନାଆ,
ସଂସାର ନଈରେ ମହଙ୍ଗା ବାଆ ।
ନୂଆ ଏ କପଟୀ ମନରେ ଭାବକି,
ଆଶୁତୋଷ ମଣି ଠକୁଛୁ ବୋଲି,
ବିପ୍ର ଦ୍ଵିଜବର ତିନି ପଇସାର,
ମେଳା ଦେବା ବେଳ ଯାଇଛି ଚାଲି ।
ମାଲପା ର ମୂଲ୍ୟ &n
bsp; ଅମୂଲ୍ୟ ହେଲାଣି,
ଦିନକର ମୂଲେ ଲିଟେରେ ତେଲ,
ଠକ ତେଲୀ ବୁଢା ଏବେବି ହାଟରେ,
ମେଳା ଯୋଗ୍ୟ ନୁହେଁ ଏତେ ଭେଜାଲ ।
ପାହିକର ପାନ, ସୁପାରୀ ପ୍ରଭୁ ହେ,
କେମିତି ଭାବୁଚ ଏବେ ମିଳିବ,
ତୁମ ମେଳା ଯୋଗ୍ୟ ସୁପାରୀର ମୂଲ୍ୟେ,
ବିପ୍ର ଦିଜ ନୂଆ ଗାଈ କିଣିବ ।
ଗାମୁଛା କିଣିବା ଗରିବ ଟେ ପକ୍ଷେ,
ଭାବିଚିନ୍ତି ହେବା ସମୟ ଏବେ,
କେମିତି ଚିରିବ ତୁମ ବତୀ ପାଇଁ,
ଅଭାବ ପ୍ରଭାବେ ଭିନ୍ନ ସ୍ବଭାବେ ।
ତଥାପି ବଞ୍ଚିଛି ତୁମ ଭରସାରେ,
ଚାହେଁନି ମୁଁ ପ୍ରଭୁ ଧନ ସମ୍ପତ୍ତି,
ମୋ ଦୁଃଖ ବେଳରେ ଥାଅ ମୋ ପାଖରେ,
ଦୁଃଖୀ ମଣି ଆହେ କୈଳାସ ପତି ।