ହିନ୍ଦୁ ତ ରହିବେ ନାହିଁ
ହିନ୍ଦୁ ତ ରହିବେ ନାହିଁ
ଦଶହରା ପର୍ବ ସରିଗଲା ମାଆ
ଲେଖି ପାରିଲିନି ପଦେ
ଆଜି ତୋ ଭସାଣି ନେଉ ତୁ ମେଲାଣି
ଦୁଃଖ ତ ନାହିଁ କା ହୃଦେ ।
ଏକେଡା ଏକେଡା ଗୀତରେ କମ୍ପୁଛି
ବଜାର ନଗର ଗାଆଁ
ଡିଜେ ଆବାଜରେ ଛାତି ଥରିଯାଏ
ଅସ୍ତବ୍ୟସ୍ତ ଦିଶୁ ମାଆ ।
ପଛେ ଥାଇ ଭାବୁ ଆରେ ଶିଳ୍ପୀ ବାବୁ
ଆସନ୍ତା ବର୍ଷକୁ ତୁହି
ବାର ଭୂଜା କରି ତିଆରିବୁ ମୋତେ
କାନେ ଦୁଇ ହାତ ଦେଇ ।
ଡିସ୍କୋ ନାଚି ପୂଜା କରିବ ପୂଜକ
ଗାଇ ଆଧୁନିକ ଗୀତ
ସଂସ୍କୃତ ସ୍ତୋତ୍ରରେ ହିନ୍ଦି ଇଙ୍ଗିଲିସି
ଆଧୁନିକ ନୂଆ ମନ୍ତ୍ର ।
ପାଞ୍ଚ ଦିନ ପୂଜା ବିଧି ଏ ପ୍ରକାରେ
ପୂଜା ମଣ୍ଡପରେ କଲେ
ପଡି ଅଭ୍ୟାସରେ ମହିଷା ସାଥୀରେ
ଭସାଣିରେ ଯିବି ଭଲେ ।
ସ୍ୱର୍ଗେ ଯାଇ ମାତା ଦେବେ ବଖାଣିଲେ
କେତେ ବଦଳିଛି ମର୍ତ୍ତ୍ୟ
ପୂଜାରେ ଚଳୁନି ମର୍ଦ୍ଦଳ କଂସାଳ
ନାଗୀନ୍ ନାଚେ ମୋ ଭକ୍ତ ।
ପାଞ୍ଚ ଦିନ ପୂଜା ତାପରେ ଭସାଣି
ଅଭାବରେ ଭାବ ଭକ୍ତି
ସଭିଙ୍କ ବିଚାର ଜାକଜମକରେ
ଭସାଣି ହେବ କେମିତି ।
କର୍ମକର୍ତ୍ତା ଗଣ କଲେକ୍ସନେ ବ୍ୟସ୍ତ
ଚାନ୍ଦାର ଭୟେ ଶ୍ରଦ୍ଧାଳୁ
ପୂଜାକର୍ମେ
କର୍ତ୍ତା ଅନ୍ୟମନସ୍କରେ
ଟଙ୍କା କେ କଲା କି ଚଳୁ !
ମୋ ପାଇଁ ସହର ଭାଗ ଭାଗ ହୋଇ
ସ୍ଥିର ହୁଏ ସାହି ସୀମା
ପ୍ରବାସୀ ସହରୀ ଶ୍ୱାସରୁଦ୍ଧ ମଣେ
ଚାନ୍ଦା ତାଗିଦାରେ କୋମା ।
ପୂଜାର ମହତ୍ତ୍ଵ ପୌରାଣିକ ମତ
ଜାଣିବାରେ ଶ୍ରଦ୍ଧା ନାହିଁ
"ଗୋଟେ ଖୁସି"ରେ ମୋ ପୂଜା ସୀମିତ
ବାଧ୍ୟବାଧକତା ପାଇଁ ।
ଦେବଗଣେ କିଆଁ ଜଣେଇଲ କୁହ
ମର୍ତ୍ତ୍ୟେ ମହିଷାର କଥା
ଅପଭ୍ରଂଶ ହୁଏ ମୋ ପୂଜା ବିଧାନ
ଆବିର୍ଭାବ ହେବା ବୃଥା ।
ବରାଦ ହେଲାଣି ଯନ୍ତ୍ର ମୃତ୍ତି ହେବି
ଆସନ୍ତା ବର୍ଷ ପୂଜାକୁ
ହାତ ଗୋଡ଼ ମୋର ଚଳାଚଳ ହେବ
ଭସାଣିରେ ନାଚିବାକୁ ।
ମାତାଙ୍କ ଦୁଃଖରେ ଦୁଃଖେ ନାରାୟଣ
କହିଲେ ସୂଚନା ଦେଇ
ସେଥିପାଇଁ ହିନ୍ଦୁ ନଗନ୍ୟ ପୃଥ୍ୱୀରେ
ଯୋଗ୍ୟ କୋଡ଼ି ବେଣ୍ଟ ପାଇଁ ।
ସାରା ବିଶ୍ୱ ଥିଲା ଗୋଟିଏ ଧର୍ମରେ
ପ୍ରଭୁ ଦତ୍ତ ହିନ୍ଦୁ ଧର୍ମ
ଏଇ ଗୁଣୁ ହିନ୍ଦୁ କଣଠେସା ଏବେ
ହତାଦାରେ ଧର୍ମ ମର୍ମ ।
ଆସୁଥାଅ ଦୂର୍ଗେ କିଛି ବର୍ଷ ପାଇଁ
ବାଧ୍ୟ ବାଧକତା ହୋଇ
ଆସିବା ବା କାଇଁ ଏ ପରି ସଂସ୍କାରେ
ହିନ୍ଦୁ ତ ରହିବେ ନାହିଁ ।