Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanaranjan Nayak

Inspirational Children

3  

Gyanaranjan Nayak

Inspirational Children

ରାମରାଜ୍ୟ ଏବେ କାହାଣୀ

ରାମରାଜ୍ୟ ଏବେ କାହାଣୀ

1 min
373



ମାତା, ପିତା, ଗୁରୁ,        ଜାଣିଲୁ ଜନ୍ମରୁ,

        ତାପରେ ତ୍ରିନାଥ ଠାକୁର,

ତାପରେ ଜାଣିଲୁ,         ମହାତ୍ମାଗାନ୍ଧୀ ଯେ,

        ଜାତିର ଜନକ ଆମର ।

ଦେଶ ହିତେ ତାଙ୍କ         କର୍ତ୍ତବ୍ୟର ଗାଥା,

        ପଢି, ଶୁଣି ହୋଇ ଗର୍ବିତ,

ତାଙ୍କ ପାଦ ଚିହ୍ନେ,         ପାଦ ମିଳେଇ କି,

        ଗଢ଼ିବାକୁ ନୂଆ ଭାରତ ।

କେତେ ଯେ ଶପଥ,        ନିଅନ୍ତି ବାଳୁତ,

        ଦେଖି ସେ ଫକୀର ବୁଢାକୁ ।

ମନ ଦୁଃଖେ ଦେଖି,        ଜାତିର ପିତାଙ୍କ,

        ଅଭାବ,ଅନଟ ବେଶକୁ,

ପେଟ ଲୁଚିଛି ନା,         ଆଣ୍ଠୁ ବି ଲୁଚୁଛି,

        ଦୁଇ ଖଣ୍ଡ ଖଦି ଲୁଗାରେ,

ଚମ ଧଡ ଧଡ,          ଥନ୍ତଲା ପେଟରେ,

        ବାଡି ଖଣ୍ଡେ ଧରି ଆଗରେ ।

ନିଷ୍କପଟ ଏହି,           ଭାରତବାସୀଙ୍କୁ,

        କପଟୀ ଇଂରେଜ ବେପାରୀ,

ପରାଧୀନତାର          ଶୃଖଳେ ବାନ୍ଧିଲେ,

        ଭାଇ ଭାଇ କରି ବଇରୀ ।

ଅହିଂସାର ଅସ୍ତ୍ର          କେତେ ଯେ ଶକତ,

        ଦେଖେଇଲ ବାପୁ ବିଶ୍ବକୁ,

ବିନା ରକ୍ତପାତେ,         ସେହି ଅସ୍ତ୍ରେ ଯୁଦ୍ଧ,

        ସ୍ବାଧୀନତା ଦେଲା ଆମକୁ ।

ପଢ଼ି ଶୁଣି ମୁହିଁ          ଏ କଥା ଜାଣିକି

        ସେ ଦିନୁ କରୁଛି ମୁଖସ୍ଥ,

ତା ପର କାହାଣୀ,        ରାମରାଜ୍ୟ କଥା,

        ସ୍ବପ୍ନରେ ସୁନାର ଭାରତ ।

       ଜୟ ଜଗନ୍ନାଥ ସ୍ବାମୀ


Rate this content
Log in

Similar oriya poem from Inspirational